Thursday, March 28, 2024

Top 5 This Week

Related Posts

ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ପ୍ରଡ୍ୟୁସର୍‌ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୭/୧୦) : ପ୍ରେମିକା ସହ ଧରାପଡ଼ିବା ପରେ ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ପ୍ରଡ୍ୟୁସର୍‌ । ମାୟାନଗରୀ ମୁମ୍ବାଇରେ ଫିଲ୍ମ ପ୍ରଡ୍ୟୁସରଙ୍କ ଏହି ପରକୀୟା ପ୍ରୀତି ସାମ୍ନାକୁ ଆସିବା ପରେ ଏବେ ବି-ଟାଉନ୍‌ରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ପ୍ରେମିକା ପାଇଁ ତାଙ୍କ ସ୍ତ୍ରୀ ଉପରେ କାର୍ ଚଢାଇ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୯ ତାରିଖ ରାତିରେ ପ୍ରଡ୍ୟୁସରଙ୍କ ସ୍ତ୍ରୀ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର ଭିତରେ ରୋମାଣ୍ଟିକ ମୁଡରେ ଦେଖିଥିଲେ । କାର ର କାଚ ବାଡେଇବା ସହ ତାଙ୍କ ସହ କଥା ହେଉଥିବା ବେଳେ ପ୍ରଡ୍ୟୁସର କିଶୋର ମିଶ୍ରା ହଠାତ୍ ଜୋରରେ କାର ଷ୍ଟାର୍ଟ କରିବା ସହ ତାଙ୍କୁ ଧକ୍କା ଦେଇଥିଲେ । କେବେଳ ଏତିକି ନୁହେଁ ତାଙ୍କ ଉପରେ କାର ଚଢାଇ ଦେଇଥିଲେ ।

ମୁମ୍ବାଇ ଅନ୍ଧେରୀ ସ୍ଥିତ ପଶ୍ଚିମ ଇଲାକାରେ ଏହି ଘଟଣା ଘଟିଛି । ଏହି ଘଟଣା ର ପୂରା ଭିଡିଓ ମଧ୍ୟ ସିସିଟିଭିରେ କଏଦ୍ ହୋଇଛି । କୌଣସି ସୂତ୍ରରୁ ଜଣାପଡିବା ପରେ ଗୁରୁତର ଅବସ୍ଥାରେ ପ୍ରଡ୍ୟୁସରଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ ଫ୍ୟାକ୍ଚର ହେବା ସହ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଅମ୍ବୋଲି ଥାନା ଅଧିକାରୀଙ୍କ ମୁତାବକ, ଫିଲ୍ମ ପ୍ରଡ୍ୟୁସରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପ୍ରଡ୍ୟୁସରଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

Popular Articles