Friday, March 29, 2024

Top 5 This Week

Related Posts

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଢେଙ୍କାନାଳ ଜିଲ୍ଲା ବିକାଶ ପରିଷଦ ତରଫରୁ ସାମ୍ବାଦିକ ସମିଳନୀ

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୪/୦୮) : ଢେଙ୍କାନାଳର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମିଳନୀ ରେ ଢେଙ୍କାନାଳର ବିକାଶ ପରିଷଦ ର ଆବାହକ ଶ୍ରୀ ରାଜ ନାରାୟଣ ତ୍ରିପାଠୀ, ଢେଙ୍କାନାଳରେ ଏକ ୬୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା ।dkl2 ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଢେଙ୍କାନାଳ ଜିଲ୍ଲା ବିକାଶ ପରିଷଦ ତରଫରୁ ସାମ୍ବାଦିକ ସମିଳନୀ

କେନ୍ଦ୍ର ସରକାର ସମଗ୍ର ଭାରତବର୍ଷ ରେ ଯେଉଁ ୧୧୨ ଟି ଆକାଂକ୍ଷା ଜିଲ୍ଲା ଘୋଷଣା କରିଛନ୍ତି ସେଥିମଧ୍ୟରୁ ଢେଙ୍କାନାଳ ସ୍ଥାନ ପାଇଛି । ଭାରତ ସରକାର ସାରା ଭାରତ ବର୍ଷରେ ଆକାଂକ୍ଷା ଜିଲ୍ଲାରେ ଥିବା ୭୫ ଟି ଡାକ୍ତରଖାନା କୁ ମେଡିକାଲ କଲେଜ ରେ ପରିଣତି କରିବା ପାଇଁ ଯୋଜନା ରଖିଛନ୍ତି ।

ଏହା ମଧ୍ୟରେ ୨୦୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୪୯ ଟି ଡାକ୍ତରଖାନା ପ୍ରତିଷ୍ଠା କରିବାର ନିଷ୍ପତି ନିଆଯାଇଛି । ତେଣୁ ଢେଙ୍କାନାଳରେ ଏକ ୬୦୦ ଶଯ୍ୟା ବିଶିଷ୍ଠ ମେଡିକଲ କଲେଜ ସ୍ଥାପନ ଦାବି କରାଯାଇଛି ।

ବର୍ତମାନ ଢେଙ୍କାନାଳର ଦକ୍ଷିଣକାଳୀ ରୋଡ଼ ସ୍ଥିତ ମେଡିକାଲରେ ୩୦୦ ଶଯ୍ୟା ସହ ୨୪୭ କୋଠରୀ, ୨୧୫ ଏସି କୋଠରୀ, ୨୫୬ ଶୌଚାଳୟ, ୪ ଅପରେସନ ଥିଏଟର, ୨୪ କ୍ୟାବିନ ସହ ୬ ଟି ଲିପ୍ଟ ବ୍ୟବସ୍ଥା ଅଛି ,ଯାହାକି ସରକାର ନିୟମ ଅନୁସାରେ ଏକ ମେଡିକାଲ କଲେଜ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରୁଛି ।

ତେଣୁ ଗୋଟେ ଆକାଂକ୍ଷା ଜିଲ୍ଲା ହିସାବରେ ଏହା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ,ଭିତ୍ତିଭୂମି ଆଦି କ୍ଷେତ୍ରକୁ ନେଇ ଏକ ଆକାଂକ୍ଷା ଜିଲ୍ଲାର ପରିକଳ୍ପନା କରାଯାଇଛି, ଯାହାକୁ କି ଗୁରୁତ୍ୱ ନ ଦେଲେ ଏହାର ପ୍ରକୃତ ଉଦେଶ୍ୟ ସାଧନ ହୋଇପାରିବନି ବୋଲି ଢେଙ୍କାନାଳ ବିକାଶ ପରିଷଦର ଆବାହକ ମତ ପ୍ରକାଶ କରିଥିଲେ ।

ଏହା ସହିତ ଢେଙ୍କାନାଳ ମେଡିକାଲରେ ଖାଲିଥିବା ମଞ୍ଜୁରୀପ୍ରାପ୍ତ ଡାକ୍ତର, ସେବୀକା, ପରୀକ୍ଷାଗାର ସହାୟକ, ଫାର୍ମାସିଷ୍ଟ,ରେଡ଼ିଓ ଗ୍ରାଫର ପ୍ରଭୁତି ପଦବୀ ପୂରଣ କରିବା ପାଇଁ ମଧ୍ୟ ପରିଷଦ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles