ନକଲି ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଠକୁଥିଲା : ଧରିଲା ପୁଲିସ

0
253
ନକଲି ଡାକ୍ତର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୯/୧୦) : ବ୍ରହ୍ମପୁର ବଡ଼ ମେଡିକାଲରୁ ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଅଟକ ରଖିଛି । ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ଏହି ନକଲି ଡାକ୍ତର ଜଣଙ୍କ ନାବାଳକ ବୋଲି ସନ୍ଦେହ କରାଯାଉଛି ।

ନକଲି ଡାକ୍ତର ଜଣଙ୍କ ବେକରେ ଡାକ୍ତରଙ୍କ ଜାଲ ଆଇଡି କାର୍ଡ ପକାଇ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ କଥା କହି ସାହାଯ୍ୟ କରିବା ଆଳରେ ଠକେଇ ପଇସା ନେଉଥିଲେ । ଗତକାଲି ମେଡିକାଲକୁ ଆସିଥିବା କିଛି ରୋଗୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା । ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ମେଡିକାଲରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହ ତାଙ୍କ ପାଖରୁ ଜାଲ ଆଇଡି କାର୍ଡ ଜବତ କରିଥିଲା ।

ସମ୍ପୃକ୍ତ ଯୁବକ ଜଣଙ୍କ ପରିଚୟପତ୍ର ଯେଉଁଠାରେ ତିଆରି କରିଥିଲେ, ସେହି ସମ୍ପୃକ୍ତ ସଂସ୍ଥାର ମାଲିକଙ୍କୁ ପୁଲିସ ପଚରାଉଚରା କରୁଛି । ନକଲି ଡାକ୍ତରଜଣଙ୍କ ଏପରି କାମ କେବେଠୁ କରୁଥିଲେ ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁ଼ଛି । ଗତ କିଛିଦିନ ତଳେ ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତର ପଶ୍ଚିମବଙ୍ଗ ର ପ୍ରଶାନ୍ତ ରାୟଙ୍କକୁ ଗିରଫ କରିଥିଲା ପୁଲିସ । ତାଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଥିଲା ।