ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୧୧) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅସିତ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତରେ ଆଜି ଆସି ଅପରାହ୍ନରେ ସୋନପୁର ଠାରେ ପହଞ୍ଚିଥିଲେ l
ଅସିତ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ ପରେ ସ୍ଥାନିୟ ସର୍କିଟ ହାଉସ ଠାରେ ପ୍ରସ୍ତାବିତ ଡବ୍ଲୁ ଓ ଡି ସି ହ୍ୟାଣ୍ଡଲୁମ ମଲ ର ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ତତ ସହ ଜିଲ୍ଲାର ହ୍ୟାଣ୍ଡଲୁମ ବସ୍ତ୍ର ବୁଣାଳୀ ଙ୍କ ସହିତ ଆଲୋଚନା କରି ବୁଣାକାର ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ଚାହିଦା ଦୃଷ୍ଟିରୁ ନୂତନ ଡିଜାଇନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବାସହ ଜିଲ୍ଲାର ହ୍ୟାଣ୍ଡ ଲୂ୍ମ ବସ୍ତ୍ର ର ବଜାରୀକରଣ କୁ ଅଧିକ ସୁଦୂର ପ୍ରସାରି କରିବା ଉପରେ ଗୁରୁତ୍ଵ ଦେଇଥିଲେ l
ପରେ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ ପରେ ଅପରାର୍ହ୍ନରେ କ୍ଷେତ୍ର ପରିଦର୍ଶନରେ ବାହାରି ଡୁଙ୍ଗୁରିପାଲି ବ୍ଲକର ରାମପୁର ଠାରେ ଶ୍ରୀ ରାମ ମହାବିଦ୍ୟାଳୟ ଦ୍ୱାରା ମହାବିଦ୍ୟାଳୟ ପ୍ରେକ୍ଷାଳୟ ରେ ଆୟୋଜିତ ଭବ୍ୟ ସଭା ରେ ଯୋଗଦାନ କରି ବିଦ୍ୟାର୍ଥୀନୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଉପାଦେୟ ପରାମର୍ଶ ଦେଇଥିଲେ l ତତ ପଶ୍ଚାତ ରାମପୁର ଠାରେ WODC ଦ୍ୱାରା ୫୫ଲକ୍ଷ ଟଙ୍କା ରେ ନିର୍ମାଣାଧିନ ବିଜୁ ଗ୍ରାମୀଣ ବଜାର୍ ର କାର୍ଯ୍ୟ ବୁଲି ଦେଖିଥିଲେ ଓ ସମୟ ଅବଧି ଭିତରେ କାମ ସମାପ୍ତ ପାଇଁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ l
ପରେ ସ୍ଥାନୀୟ ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ, ଅଧାରୁ ପାଠ ଛାଡିଥିବା ବାଳିକା ବିଦ୍ୟାର୍ଥୀ ଙ୍କ ସହ ଭାବବିନିମୟ କରିବା ସହ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଉକ୍ତ ଗ୍ରସ୍ତ ଅବସରରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ, ପଶ୍ଚିମ ଓଡ଼ିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
ପରେ ବିନିକା ମାର୍କେଟ ୟାର୍ଡ଼ ଠାରେ ଡୁଙ୍ଗୁରିପାଲି ବ୍ଲକ୍ ର ଗଜବନ୍ଧ ଏବଂ ଗଣିଆ ସମେତ ଅନ୍ୟାନ୍ୟ ଗ୍ରାମରେ ଚାଷୀ ମାନଙ୍କ ସହିତ ମାଛ ଚାଷ ଓ ଅନ୍ୟାନ୍ୟ ଚାଷ ସମ୍ୱନ୍ଧରେ ପଚାରି ବୁଝିଥିଲେ l ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଚାଷୀ ମାନଙ୍କ ସହିତ ସମନ୍ଵିତ ଚାଷ, ଧାନ ବଜାର ଓ ବିକ୍ରି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l
ସେ ଏହି ଅବସରରେ ଚାଷୀ ମାନଙ୍କୁ କେବଳ ଧାନ ଚାଷ ନକରି ଅନ୍ୟାନ୍ୟ ଅଣଧାନ ଅଧିକ ଲାଭକାରୀ ଚାଷ କରିବା ଉପରେ ପରାମର୍ଶ ଦେଇଥିଲେ, ଯାହା ଦ୍ୱାରା ଜିଲ୍ଲା ର ଚାଷ ଓ ଚାଷୀ ଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବା ଏହି ବୈଠକରେ ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲି ସମ୍ପାଦକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ, ମାନ୍ୟବର ଅଧ୍ୟକ୍ଷ ଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଅବଗତ କରାଇଥିଲେ l
ସନ୍ଧ୍ୟାରେ ଶ୍ରୀ ତ୍ରିପାଠୀ ସୋନପୁର ଠାରେ ଥିବା ମିଶନ ଶକ୍ତି ଦ୍ୱାରା ପରିଚାଳିତ ସୁବର୍ଣା ଶ୍ରୀ, ଫରେଷ୍ଟ ପାର୍କ ପରିଦର୍ଶନ କରିଥିଲେ l ପରେ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ସମୀକ୍ଷା ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ତଥା WODC ଭାରପ୍ରାପ୍ତ ଅଧିକାରୀ, ସୁବର୍ଣ୍ଣପୁର, WODC ଯୋଜନାର ଅଗ୍ରଗତି ଓ ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଗୃହରେ ଉପସ୍ଥାପନା କରିଥିଲେ l ଏହି ଅବସରରେ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ହସ୍ତତନ୍ତ, କୃଷି, ଶିଳ୍ପ, ମତ୍ସ୍ୟ, ଉଦ୍ୟାନ, ଓରମାସ୍ ଅଧିକାରୀ ମାନଙ୍କ ସହିତ ଅଲୋଚନା କରି ଜିଲ୍ଲାର ଏକ କାର୍ୟ ଖସଡା ( District Action Plan ) କରି କାର୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ତାସାଙ୍ଗକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ସମୟୋଚିତ ଭାବରେ WODC ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକୁ ସମାପ୍ତ କରି କାର୍ଯ୍ୟ ସମାପ୍ତ ସାର୍ଟିଫିକେଟ ଏବଂ ବିନିଯୋଗ ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ l