ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ

0
256
ଜିଲ୍ଲାପାଳ ଓ ଆରକ୍ଷୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୮/୧୧) : ବଲାଙ୍ଗୀର ଏନ୍ଏନ୍ଏସ୍ ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡିଏଫ୍‌ଓ ନିତୀଶ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ ।

ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ବିଭିନ୍ନ ସମସ୍ୟା ମୂଳକ ମୋଟ ୧୧୭ ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୧୦୦ ଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବାବେଳେ ଅବଶିଷ୍ଟ ୧୭ ଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ ।

ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ବଲାଙ୍ଗୀର ସହରର ପ୍ରମୋଦ ସାହୁ ଓ ସୁରୁକୁନି ସାହୁ, ଆଗଲପୁର ବ୍ଲକର ମୁଣ୍ଡାପାଲି ନଅଗାଁର ନିମାଇଁ ଚରଣ ସାହୁ ଓ ଦୀପାଞ୍ଜଳି ସାହୁ ଏବଂ ଦେଓଗାଁ ବ୍ଲକ୍‌ ରୁଗୁଡିପାଲି ଗ୍ରାମର ରାଜେନ୍ଦ୍ର ନନ୍ଦ ଓ ସରୋଜିନୀ ନନ୍ଦଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ କଣ୍ଟାବାଞ୍ଜି ଅଶୋକ ନଗରର ଭୂମିସୂତା ନାଗଙ୍କୁ ୧୦ ହଜାର ଟଙ୍କା ଏବଂ ଆଗଲପୁର ବ୍ଲକ୍‌ ବୁଦୁଳା ଗ୍ରାମର ବିଜୟ ପଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କାର ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।