Friday, March 29, 2024

Top 5 This Week

Related Posts

ଏସୟୁଜେ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ “ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଦିବସ”ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୮/୧୧/୨୨) : ଏସୟୁଜେ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାକୁ ବ୍ରତ କରିଥିବା ଧୂରିଣ ସାମ୍ବାଦିକ ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜନ୍ନ ଜୟନ୍ତି ଆଜି ରାୟଗଡା ଠାରେ ପାଳିତ ହୋଇଯାଇଛି ।13679d26 44d0 4f8f 8af4 41b0f4ea47fb ଏସୟୁଜେ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ "ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଦିବସ"ପାଳିତ

ଏସୟୁଜେ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୮ ତାରିଖକୁ “ମୂଲ୍ୟବୋଧ ଭିତିକ ସାମ୍ବାଦିକ ଦିବସ”ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ରାୟଗଡା ଜିଲ୍ଲା ଶାଖାଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି । ରାୟଗଡାଜିଲ୍ଲା ଶାଖା ଏସୟୁଜେ ସାମ୍ବାଦିକ ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ବରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ସଭାକକ୍ଷରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଡିଆଇପିଆରଓ ଶ୍ରୀ ଜଗନ୍ନାଥ ପ୍ରସାଦ ରାଇଗୁରୁ ପ୍ରମୁଖ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କ ଜୀବନ ବ୍ୟାପି ସାମାଜିକ ନ୍ୟାୟ ,ପଛୁଆ ବର୍ଗଙ୍କ ନ୍ୟାୟ ପ୍ରଦାନ କରିବା ପାଇଁ ସଂଗ୍ରାମ ଓଡିଶାର ସାମ୍ବାଦିକ ଜଗତ ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ରାଜନୀତିକୁ ପ୍ରତ୍ୟାଖାନ କରି ନିଜକୁ ସମାଜ ସେବାରେ ମନୋନିବେଶ କରି ଉଧାହରଣ ସୃଷ୍ଟି କରିଛନ୍ତି । ତାଙ୍କରି ଅବର୍ତମାନରେ ସାମ୍ବାଦିକତା କୁ ପେଶା କରିଥିବା ସାମ୍ବାଦିକମାନେ ପ୍ରଦ୍ୟମ୍ନ ବଳଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇପାରିଲେ ତାହା ତାଙ୍କ ପାଇଁ ଶ୍ରଦ୍ଧା ସୁମନ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ରାୟଗଡା ଜିଲ୍ଲା ଶାଖା ଏସୟୁଜେ ସାମ୍ବାଦିକ ସଂଘର ଉପସଭାପତି ସହଦେବ ସାହୁ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ମହାରଣାଙ୍କ ସମେତ ସଭ୍ୟ ଅମଜଦ ଅଲ୍ଲୀ, ତୁଷାର ରଂଜନ ସାହୁ,ରାଜ କୁମାର ଲିମା, ଲୋକନାଥ ପାଳ,ସନ୍ତୋଷ କୁମାର ପାଣି,ନିରଂଜନ ନିମାଲାଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କୁ ଶ୍ରଦ୍ଧା ସୁମନ ଜଣାଇଥିଲେ । ଶେଷରେ ଜିଲ୍ଲା ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles