Friday, March 29, 2024

Top 5 This Week

Related Posts

ମନମୋହନ ସିଂହଙ୍କ ପାଖରେ ଦେଶ ଋଣୀ, କାହିଁକି ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ରିପୋର୍ଟ: ରାମନାଥ ଗନ୍ତାୟତ //
ନୂଆଦିଲ୍ଲୀ, (୦୯/୧୧) : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଜେପି ଓ କେନ୍ଦ୍ର ସରକାର ସବୁବେଳେ କଂଗ୍ରେସ ଓ ଶ୍ରୀ ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ବେଳେ ଗଡ଼କରୀଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି।f58b0bb8 a634 4019 8630 f3442936d868 ମନମୋହନ ସିଂହଙ୍କ ପାଖରେ ଦେଶ ଋଣୀ, କାହିଁକି ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ଦେଶର ଆର୍ଥିକ ସଂସ୍କାର ଦିଗରେ ମନମୋହନ ସିଂହ ନେଇଥିବା ପଦକ୍ଷେପ ଯୋଗୁ ଆଜି ଦେଶ ତାଙ୍କ ପାଖରେ ଋଣୀ। ଆର୍ଥିକ ସଂସ୍କାର ବଳରେ ମନମୋହନ ସିଂହ ଦେଶକୁ ନୂଆ ଦିଗ ଦେଖାଥିଲେ ବୋଲି ଗଡ଼କରୀ ସର୍ବସମ୍ମୁଖରେ କହିଛନ୍ତି।

ଏବେ ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଛନ୍ତି। ଏପରି ସ୍ଥିତିରେ ମନମୋହନ ସିଂହଙ୍କ ଆର୍ଥିକ ସଂସ୍କାରକୁ ଗଡ଼କରୀଙ୍କ ପ୍ରଶଂସା ସମସ୍ତଙ୍କୁ ଚକିତ କରିଛି।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles