Friday, March 29, 2024

Top 5 This Week

Related Posts

ବଂଶଧରା ବାଲି ପୁରୀଟି ଗୁଡା ଘାଟ ପାଇଁ ଜନ ଶୁଣାଣି

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର, (୧୦/୧୧) : ବଂଶଧରା ବାଲି ଓଡିଶା ରାଜ୍ୟ ସହ ପୋଡ଼ଶୀ ଆନ୍ଧ୍ର ପ୍ରଦେଶରେ ବହୁତ ଚାହିଦା ରହିଛି । କାଶୀନଗର ତହସିଲ ତରଫରୁ ଇଦୁଡ଼ି, ବୁଦୁରା, ପୁରୀଟି ଗୁଡା ଉତ୍ସ କୁ ବଳୁ ନିଲାମ କରାଯାଇଛି ।

ହେଲେ ଇଦୁଡ଼ି ଘାଟ ବର୍ତମାନ ଚାଲୁ ରହିଥିବା ବେଳେ ଅନ୍ୟ ଘାଟ ଗୁଡିକ ପରିବେଶ ମଞ୍ଜୁରୀ ପାଇ ନାହାନ୍ତି । ଗତ କାଲି ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପ୍ରଦୀପ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବଂଶଧରା ବାଲି ପୁରୀଟି ଗୁଡା ଘାଟ ଏକ ଜନ ଶୁଣାଣି ଶିବିର ଖଣ୍ଡାବା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟ୍ଵତରାନ ବୋର୍ଡ ର ଅଧିକାରୀ ଶ୍ରୀ ପ୍ରଭୁଦତ୍ତ ବେହେରା ବାଲିଘାଟ ରୁ କିଭଳି ବାଲି ଉଠାଯିବ ଏହା ପାଇଁ କିକି ନିୟମ ରହିଛି ସେ ନେଇ ଉପସ୍ଥିତ ଲୋକ ଙ୍କୁ ବୁଝାଇଥିଲେ ।

ଏହି ଶୁଣାଣି ରେ ସରପଞ୍ଚ ଓ ନାଏବ ସରପଞ୍ଚ ଶ୍ରୀ ରକମ ସତୀଶ, ସମିତି ସଭ୍ୟ ଶ୍ରୀ ଜଗନାଥ ଦୋରା ଓ ଖଣ୍ଡାବା, ପୁରୀଟି ଗୁଡା ଗ୍ରାମ ର ବହୁ ସଚେତନ ନାଗରିକ ଯୋଗ ଦେଇଥିଲେ । ଜବସାଧାରଣ ପ୍ରଦ୍ୟୁଷଣ, ଶବ୍ଦ ପ୍ରଦ୍ୟୁଷଣ ଓ ଲୋକ ଙ୍କ ଜୀବନ ହନି କଲାଭଳି କୌଣସି କାର୍ଯ୍ୟ କଲେ ବିରୋଧ କରାଯିବ ବୋଲି କହିଥିଲେ ଏବଂ ନିଲାମ ଧାରୀ ପୁରୀଟି ଗୁଡା ଆସି ଲୋକ ଙ୍କ ଅବାଭ ଓ ଗ୍ରାମ ରେ ସମୀକ୍ଷା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । କାଶୀନଗର ଅତିରିକ୍ତ ତହସିଲଦାର ଓ ଖଣ୍ଡାବା ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles