ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

0
180
ଜିଲ୍ଲା ଆଇନ୍

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୦୯/୧୧) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୦୯.୧୧.୨୦୨୨ ରିଖ ବୁଧୁବାର ଦିନ ସ୍ଥାନୀୟ ତୁମ୍ଭିଗୁଡା ୟୁପି ସ୍କୁଲ ଠାରେ “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ହୋଇଛି । ଏଥିରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । 97351183 861a 4fb3 8851 215876217d9c ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଦିତୀୟ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ବିଦ୍ୟାଳୟର ପ୍ରାଧାନ ଶି କ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟର ଆଦି ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ସର୍ବ ପ୍ରଥମେ ସମସ୍ତଙ୍କୁ ଅଭିବାଦନ ଜଣାଇ ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ ର ଆଭିମୂଖ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।  ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ ନିଜର ଅଭିଭାଷଣରେ ରାଷ୍ଟ୍ରିୟ ଆଇନ ସେବା ପ୍ରାଧିକରଣ ଆକ୍ଟ ଓ Access to Justice ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।

5aecebfb a174 47d0 9418 d2889f8b6a42 ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

ପରେ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଏବଂ ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ ନିଜ ନିଜ ର ବକ୍ତବ୍ୟରେ Legal Literacy Club, Front Office(ସମ୍ମୁଖ କାର୍ଯ୍ୟାଳୟ), କେଉଁ କେଉଁ ବର୍ଗ ର ବ୍ୟକ୍ତିମାନେ ମାଗଣା ଆଇନ ସେବା ପାଇପାରିବେ ସେ ସଂପର୍କରେ ବିସ୍ତୁତ ଭାବରେ ଆଲେଚନା କରିଥିଲେ । ସର୍ବୋପରି ଲୋକମାନଙ୍କୁ ଆଇନ୍ ଦିଗରେ ସଚେତନ କରାଇବା ନିମିତ୍ତ ରାଷ୍ଟ୍ରିୟ ସ୍ତରରେ ରାଷ୍ଟ୍ରିୟ ଆଇନ୍ ସେବା ପ୍ରାଧିକରଣ, ରାଜ୍ୟ ସ୍ତରରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, ଜିଲ୍ଲା ସ୍ତରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ତାଲୁକ ସ୍ତରରେ ତାଲୁକ ଆଇନ୍ ସେବା କମିଟି ର କାର୍ଯ୍ୟଧାରା ଉପରେ ମଧ୍ୟ ଧାରଣା ଦେଇଥିଲେ । ପରିଶେଷରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ତୁମ୍ଭିଗୁଡା ୟୁପି ସ୍କୁଲ ଠାରୁ ସ୍ଥାନୀୟ ତୁମ୍ଭିଗୁଡା ଗ୍ରାମ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଏହି ଦିନ ଅନ୍ୟ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ରାୟଗଡା ସବ୍ ଜେଲ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରିଟେନର ଶ୍ରୀମତି ଶୁଭ୍ରା ପଣ୍ଡା, ଆଇନଜୀବି ବିଶ୍ବନାଥ ଗନ୍ତାୟତ ଓ ଶ୍ରୀମତି ପ୍ରଣତି ପାତ୍ର ଅଂଶଗ୍ରହଣ କରି କଏଦୀ ମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିଥିଲେ ।