Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୧୧) : ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ତା -୧୦-୧୧ -୨୦୨୨ରିଖ ଦିନ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳନ କରଯାଇଥିଲା ।

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସରେ ମାନନୀୟ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରି ଉଦଘ।ଟନ କରିଥିଲେ । ଏଥିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ଵାରା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ପ୍ରଦର୍ଶନ ଗୁଡିକ ବୁଲିଦେଖି କହିଥିଲେ । ଏହି ଦିବସରେ ସ୍ଵୟଂ ସହାୟକ ଗୋଷ୍ଠି ମାନଙ୍କ ମଧ୍ୟରେ ମାଣ୍ଡିଆରୁ ବିଭିନ୍ନ ସୁସ୍ୱାଦୁକର ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରତିଯୋଗିତା କରଯାଇଥିଲା ଏବଂ ସର୍ବଶେଷରେ ଏଡିଏମ, ରାୟଗଡ଼ା ଧର୍ମାନନ୍ଦ ବେହେରାଙ୍କ ଦ୍ଵାରା ପ୍ରଥମ ବିଜେତା ମାଁ ଗାୟତ୍ରୀ ମହିଳା ସ୍ଵୟଂ ଗୋଷ୍ଠି, କୋଲନର।ଙ୍କୁ ଟ୨୦,୦୦୦/- ଦ୍ଵିତୀୟ ବିଜେତା ସ୍ଵାଗତଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠି କାଶୀପୁରଙ୍କୁ ଟ୧୫,୦୦୦ /- ଓ ତୃତୀୟ ବିଜେତା ଅଗ୍ନିଗଙ୍ଗା ମହିଳା ସ୍ଵୟଂ ସହାୟକ ଗୋଷ୍ଠି କଲ୍ୟାଣସିଙ୍ଗପୁର ଙ୍କୁ ଟ୧୦,୦୦୦ /- ପୁରସ୍କାର ରାଶି ପ୍ରଦାନ କରଯାଇଥିଲା ।

Popular Articles