ମେଗା ଲିଫ୍ଟ କାମ କରୁନି ଉଲଭଦ୍ର ଚାଷୀ ହନ୍ତ ସନ୍ତ

0
152
ମେଗା ଲିଫ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୧୧) : କାଶୀନଗର ବ୍ଲକ ର ସାରା ଠାରେ କାର୍ଯ୍ୟକ୍ଷମ ଥିବା ମେଗା ଲିଫ୍ଟ ଠିକ ସମୟ ରେ ଧାନ ପାଚି ଅମଳ ବେଳକୁ ପାଣି ଯୋଗାଇ ପାରୁନାହିଁ । ଏଣୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କାଶୀନଗର ବ୍ଲକ ର ଅଲଡା ପଞ୍ଚାୟତ ଅନ୍ତର୍ଗତ ଉଲଭଦ୍ର ମୌଜା ରେ ଥିବା ୬୦୦ ରୁ ଉର୍ଦ୍ଧ୍ୱ ଏକର ଜମି ରେ ଧାନ ଚାଷ ହୋଇଛି । ଏହି ଜମି ଗୁଡିକ ମେଗା ଲିଫ୍ଟ ର କେଚି ମେଣ୍ଟ ଏରିଆ ରେ ଆସୁଛି । ପାଣି ଜମିକୁ ମାଡିବା ପାଇଁ ୯/୧୦ଟି ଆଉଟ ଲେଟ ରଖାଯାଇଥିଲେ ମଧ୍ୟ ଉଲଭଦ୍ର ମୌଜା ର ଦିଡିଙ୍ଗ ଗୁଡା, ଏପମାନ ଗୁଡା, କଟାଗୁଡା ଇତ୍ୟାଦି ଗ୍ରାମ ରେ ବର୍ତ୍ତମାନ ପାଣି ଆସୁନାହିଁ । ଠିକ ଧାନ ପାଚୁଥିବା ବେଳେ ଜଳ ସଙ୍କଟ ଚାଷୀଙ୍କ ଜଳ ସମସ୍ୟାକୁ ଦ୍ଵିଗୁଣିତ କରିଛି । କତୃପକ୍ଷ ଠିକ ଭାବେ ପରିଚାଳନା କରୁ ନାହାଁନ୍ତି ବୋଲି ଅଲଡା ସରପଞ୍ଚ ଗୋପାଳ ଗମାଙ୍ଗ ଅଭିଯୋଗ କରିଛନ୍ତି ।