ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
330

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୧୫/୦୮) : ଆଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକରେ ସ୍ଵାଧୀନତା ଦିବସର ଅମୃତ ମହୋତ୍ସବକୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପାଳନ କରାଯାଇଛି ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରପ୍ରଧାନ ଆଚାର୍ଯ୍ୟ ଶ୍ରୀ ମକଦ୍ଦମ ମହାରଣାଙ୍କ ସହିତ ଅନୁଷ୍ଠାନର ସଭାପତି ଶ୍ରୀ ସୁରେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀ ସୁଶୀଲ କୁମାର ଭୋକ୍ତା ଜାତୀୟ ପତାକା ଉତ୍ତୋଳନରେ ସହଯୋଗ କରିଥିଲେ । ଏହି ପବିତ୍ର ଦିନରେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଓ ସମସ୍ତ ଗୁରୁଜୀ/ଗୁରୁମା ତଥା ସେବକ ସେବିକା ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ବୃକ୍ଷ ରୋପଣ କର୍ଯ୍ୟକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ନିଜ ସଂଯୋଜନା ମାଧ୍ୟମରେ ଆଗେଇ ନେଇଥିଲେ । ସପଟା, ସ୍ଵର୍ଣ୍ଣ ଚମ୍ପା,ପଣସ, କାଜୁ ବାଦାମ, ପିଜୁଳି ଆଦି ଗଛ ରୋପଣ କରାଯାଇ ତାର ଦାୟିତ୍ବ ନେବାକୁ ଗୁରୁଜୀ ଗୁରୁମା ମାନେ ସଂକଳ୍ପ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ ଶ୍ରୀ ପ୍ରଭାତ ବାରିକ କାର୍ଯ୍ୟକ୍ରମର ସଞ୍ଚାଳନ କରିବା ସହିତ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।