କାଶୀନଗର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଶିଶୁ ଦିବସ ପାଳିତ

0
285
କାଶୀନଗର ବ୍ଲକର ବିଭିନ୍ନ

ରିପୋର୍ଟ : ପ୍ରଣତି ସାବତ
ଗଜପତି/କାଶୀନଗର, (୧୪/୧୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । WhatsApp Image 2022 11 14 at 11.11.03 1 କାଶୀନଗର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଶିଶୁ ଦିବସ ପାଳିତ

କାଶୀନଗର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିଶୁ ମାନେ ବୋଡି ସକାଳୁ ପିଲାମାନେ ନୂତନ ବସ୍ତ୍ର ପିନ୍ଧି ସମସ୍ତେ ସ୍କୁଲ ଅଭିମୁଖେ ବାହାରି ଯାଇଥିଲେ । ସ୍ଥାନୀୟ ମଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ହରିଜନ ସାହି ଉଛ ବିଦ୍ୟାଳୟ ହାଇସ୍କୁଲ, ଇଂରାଜୀ ମିଡିୟମ ସ୍କୁଲ ରେ ଶିଶୁ ଦିବସ ପାଳିତ ହୋଇଛି ।ମଜାଲା ସାହି ବିଦ୍ୟାଳୟ ରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଏମ ସରିତା, ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗଦୀଶ କୁମାର ପାତ୍ର ଯୋଗ ଦେଇ ପିଲାଙ୍କୁ ଶ୍ରଦ୍ଧା ଓ ସ୍ନେହ ଦ୍ୱାରା ତାକୁ ନିର୍ମାଣ କରିହେବ ବୋଲି କହିଥିଲେ ।