୧୦ ମହଲା ରୁ ଡେଇଁ ଓଡ଼ିଆ ‘ର’ ଅଫିସର୍‌ଙ୍କ ଆତ୍ମହତ୍ୟା

0
109
୧୦ ମହଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୧୧) : ଆତ୍ମହତ୍ୟା କଲେ ଜାତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସି ୱିଙ୍ଗର ଜଣେ ଓଡ଼ିଆ ଅଫିସର୍ । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲା ରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ କାହିଁକି ସେ ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ‘ର’ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ ଝରକାରୁ ଡେଇଁ ପଡିଥଲେ । ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମୃତ ଦେହର ପୋଷ୍ଟମର୍ଟମ କରାଯିବ । ଦିଲ୍ଲୀ ପୁଲିସର ସୂଚନା ମୁତାବକ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଅବସାଦରେ ଥିଲେ । ତେବେ ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।