ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’

0
180
ଆଜିଠୁ ପାରାଦୀପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର/ପାରାଦୀପ, (୧୫/୧୧) : ଆଜିଠୁ ପାରାଦୀପ ଉପକୂଳରେ ପ୍ରତିରକ୍ଷା ଅଭ୍ୟାସ କରିବ ନୌସେନା । ଯାହାର ନାଁ ରଖାଯାଇଛି ‘ସି-ଭିଜିଲ୍’।

ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’ । ନୌସେନା ସହ ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡ଼ିଶା ପୁଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ, ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ ।

ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ । ରେଡ୍ ଓ ବ୍ଲୁ ଟିମ୍ ନାମକ ଦୁଇଟି ଭାଗରେ ବିଭକ୍ତ ହୋଇ ଏହି ସମରାଭ୍ୟାସ କରାଯିବ ।

ମାଛଧରା ବନ୍ଦର, ମହାନଦୀ ମୁହାଣ, ଏକ୍ସକ୍ଲ୍ୟୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଣ୍ଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ରହିଛି । ତେଣୁ ବ୍ଲୁ ଟିମ୍ ଏ ସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ । ଆତଙ୍କି ହାମଲା ସମୟରେ ସୁରକ୍ଷା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ବିପଦକୁ ଯେପରି ସହଜରେ ମୁକାବିଲା କରିପାରିବେ ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିପାରିବେ ସେଥିପାଇଁ ଏପରି ପଦକ୍ଷେପ ନିଆଯାଉଛି ।