ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂକଳ୍ପ ଯାତ୍ରା ଆୟୋଜିତ

0
202

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୧୬/୦୮) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ତରଫରୁ ଯୁବ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି lWhatsApp Image 2021 08 16 at 10.18.46 AM ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂକଳ୍ପ ଯାତ୍ରା ଆୟୋଜିତ

ବଲାଙ୍ଗୀର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଦିପ ସା ଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ନିମନ୍ତ୍ରିତ ସଦସ୍ୟ ନର୍ସିଙ୍ଗ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି  ଭୋଲା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କୈଳାସ ଗହିର, ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ସଭାପତି ବୁଲୁ ବାଦୀ, ଦୀପକ ବାଗ, ସରୋଜ ସାହୁ, ବିଟୁ ବାରିକ, ପ୍ରଦୀପ ମିଶ୍ର, ସୀତାରାମ ପଧାନ, ନେପାଳ ସା ପ୍ରମୁଖ ଯୁବମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ଲୋଇସିଂହା ଅଗ୍ରସେନ ଭବନରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଂକଳ୍ପ ଯାତ୍ରା କରିଥିଲେ l