Friday, March 29, 2024

Top 5 This Week

Related Posts

ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟ ରେ ଭର୍ତ୍ତି କଲେ ଜିଲ୍ଲାପାଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୧୧) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନନହେଁ ପରିସ୍ତେ ” ମୁଁ ବି ପଢ଼ିବି ” କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶୁଭାରମ୍ଭ କରିଛନ୍ତି । ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟ ରେ ଭର୍ତ୍ତି କଲେ ଜିଲ୍ଲାପାଳ ।WhatsApp Image 2022 11 16 at 09.34.03 2 ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟ ରେ ଭର୍ତ୍ତି କଲେ ଜିଲ୍ଲାପାଳ

ସୁରେଶ୍ୱରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଶିଶୁ ଦିବସ ଅବସରରେ ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟ ରେ ଭର୍ତ୍ତି କଲେ ଜିଲ୍ଲାପାଳ । ୮ ଜଣ ଶିକ୍ଷାରୁ ବଞ୍ଚିତ ଶିଶୁ ଗୀତାଞ୍ଜଳି, ନିଖିଳ, ଅଖିଳ, ଅର୍ଜୁନ, ଲକ୍ଷ୍ମଣ, ସୀମା, କ୍ରିଷ୍ଣା ଓ ଆଞ୍ଚଳ କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବିଦ୍ୟାଳୟରେ ନାମ ଲେଖାଇବା ସହ ପାଠ ପଢ଼ା ର ଆରମ୍ଭ କରିଥିଲେ । ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଶିଶୁ ମାନଙ୍କ ସହ ଭାବବିନିମୟ କରି ଶିଶୁ ଙ୍କ ପାଠ ପଢିବା ଆଗ୍ରହ କୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସମସ୍ତ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଲାଇନ ର କର୍ମ କର୍ତ୍ତା ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ପିଲା ମାନଙ୍କୁ ସ୍କୁଲ ବ୍ୟାଗ, ଶୀତବସ୍ତ୍ର, ପାଣି ବୋତଲ, ଟିଫିନ ବକ୍ସ, ଖାତା, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ ଏସ ଡି ପି ଓ ନିଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ସଂଯୋଜନା କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ କର୍ମକର୍ତ୍ତା, ବିଭାଗୀୟ କର୍ମଚାରୀ, ଚାଇଲଡ ଲାଇନ ସଦସ୍ୟ ସଦସ୍ୟା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଏହି ପ୍ରକାର କାର୍ଯ୍ୟକ୍ରମ ପ୍ରତିମାସ ଚାଲୁ ରହିବ ଏବଂ କୌଣସି ବି ସେହିପରି ଶିଶୁ ଉଦ୍ଧାର ହେଲେ ସେମାନଙ୍କୁ ବିଦ୍ୟାଳୟ ରେ ପାଠ ପଢ଼ିବାର ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

Popular Articles