ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

0
96
ଜିଲ୍ଲା ସ୍ତରୀୟ ଜାତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୬/୧୧) : ରାୟଗଡ଼ା ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୨ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।WhatsApp Image 2022 11 16 at 19.16.42 2 ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲାକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ସମେତ ମୁଖ୍ୟ ବକ୍ତା ଭାବେ ରାୟଗଡ଼ା ସ୍ୱଂୟ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ମାନସୀ ମହାନ୍ତି ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭିକ ସଂଗୀତ ଗାନ ପରେ ଚଳିତ ବର୍ଷ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମରେ ଭୂମିକା’ ଶୀର୍ଷକ ବିଷୟ ବସ୍‌ୁ ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାୟଗଡ଼ା ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ନିର୍ଭିକ, ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପରିବେଷଣ ଦିଗରେ ନିଜର ଆଭିମୁଖ୍ୟ ରଖି ନିଜ କର୍ତ୍ତବ୍ୟ ପାଳନ କରୁଥିବାରୁ ଆଜି ଉଭୟ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନେ ସମସ୍ତଙ୍କ ଆସ୍ଥା ଭାଜନ କରିପାରିଛନ୍ତି ।

ତାଙ୍କ ଦ୍ୱାରା ପ୍ରକାଶିତ ସମସ୍ୟାଭିତିକ ଖବର ଗୁଡ଼ିକ ପ୍ରଶାସନ ଓ ସରକାରଙ୍କ ଠାରେ ପହଞ୍ଚି ପାରୁଥିବାରୁ ଆଜି ଉଭୟ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିଛି ଏବଂ ଜିଲ୍ଲାର ବିକାଶ ହେଉଛି ବୋଲି ମୁଖ୍ୟ ଅତିଥି ଶ୍ରୀ ଉଲାକା ନିଜ ମତବ୍ୟକ୍ତ କରିଥିଲେ ।WhatsApp Image 2022 11 16 at 19.16.42 1 ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସେହିପରି ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ମୁଦୁଲି ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗ ଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଓ ଶୁଭେଚ୍ଛା ମିଳିଥିବାରୁ ଆଜିର ଏହି ଦିବସରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭଚ୍ଛୋ ଜଣାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେ କୌଣସି ସହଯୋଗ ଆବଶ୍ୟକ ତୁରନ୍ତ ପ୍ରଦାନ କରାଇବା ପାଇଁ ପ୍ରତିଶୃତି ଦେବା ସହ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତେ ମିଳିମିଶି ଜିଲ୍ଲା ବିକାଶରେ ସହାୟକ ହୋଇପାରିବା ବୋଲି ଜିଲ୍ଳାପାଳ ସ୍ୱଧାଦେବ ସିଂ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ମାନସୀ ମହାନ୍ତି ରାଷ୍ଟ୍ର ଗଠନ ଓ ସମ୍ବିଧାନ ସୁରକ୍ଷାରେ ଗଣମାଧ୍ୟମର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ସାମ୍ବାଦିକଙ୍କ ସମସ୍ୟାକୁ ପ୍ରଶାସନ ତଥା ସରକାର ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିବା ବେଳେ ଗଣମାଧ୍ୟମ ର ପ୍ରତିନିଧି ମାନେ ଖବର ସଂଗ୍ରହ ସମୟରେ ଉପୁଜୁଥିବା ଅନେକ ସମସ୍ୟା ଓ ସେମାନଙ୍କର ଦାବି ସମୂହ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଏହି ଦିବସ ପାଳନ ଅବସରରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶା ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ଉଲକା, ବିଧାୟକ ଶ୍ରୀ ମୁଦୁୁଲି ଏବଂ ଜିଲ୍ଲାପାଳ ସ୍ୱଧାଦେବ ସିଂ ଙ୍କୁ ୬ ଦଫା ବିଶିଷ୍ଠ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସାମ୍ବାଦିକଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଯୋଗାଇବା, ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ କରିବା ସମେତ ଅନ୍ୟାନ୍ୟ ଦାବି ଉଲ୍ଳେଖ ରହିଥିଲା ।

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଳକରୁ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସଭା ପରିଚାଳନା ଓ ସଂଯୋଜନା କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ଓ ଡିଆଇପିଆରଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।