ପଦ୍ମପୁର ୩ ଦଫା ଏନଏସି ଦାବିରେ ଆଜିଠାରୁ ଦୁଇ ଦିନ ପାଇକମାଲ ବନ୍ଦ

0
88
ପଦ୍ମପୁର ୩

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ/ପଦ୍ମପୁର, (୧୭/୧୧) : ପଦ୍ମପୁର ୩ ଦଫା ଦାବି ପୂରଣ ନିମନ୍ତେ ଆଜିଠାରୁ ୪୮ ଘଣ୍ଟା ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି । ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇକମାଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।

ପଦ୍ମପୁର ୩ ପ୍ରମୁଖ ଦାବି ମଧ୍ୟରେ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି । ସ୍ଥାନୀୟ ଅଞ୍ଚଳର ଅନେକ ସଙ୍ଗଠନ ଓ ସଂଘର କର୍ମକର୍ତ୍ତା ଏହି ବନ୍ଦରେ ସାମିଲ ହୋଇଛନ୍ତି । ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି ।

ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା ଦାବିରେ ଗତକାଲି ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ଏଥିସହ ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବି ଆଜିଠୁ ଆସନ୍ତା ୪୮ ଘଣ୍ଟା ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି ।