Friday, March 29, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ନୂତନ ଜ୍ଞାନ ବର୍ଦ୍ଧିନି ସ୍ୱତନ୍ତ୍ର ବିଦ୍ୟାଳୟ କୁ ପରିଦର୍ଶନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୮/୧୧) : ଜାତୀୟ ଦୃଷ୍ଟି ବାଧିତ ସଂଘ ଓଡ଼ିଶା ଶାଖା ର inclusive education ନିର୍ଦ୍ଦେଶକ ପ୍ରଫେସର୍ କମାକ୍ଷି ପ୍ରସାଦ ଦାସ (OES -1) ତଥା ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସଭାପତି ଶିଶିର ରାହୁଲ, ସମ୍ପାଦକ ଅମରେନ୍ଦ୍ର ନାଥ, ସହଯୋଗୀ ସଂଘ ସଦସ୍ୟ ପ୍ରସନ୍ନ ନାୟକ କୋଲାନରା ସ୍ଥିତ ନୂତନ ଜ୍ଞାନ ବର୍ଦ୍ଧିନି ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ନୂତନ ଜ୍ଞାନ ବର୍ଦ୍ଧିନି ସ୍ୱତନ୍ତ୍ର ବିଦ୍ୟାଳୟ କୁ ପରିଦର୍ଶନ । ବିଦ୍ୟାଳୟ ର ଅଧ୍ୟକ୍ଷ ଜୟଦେବ ବାଙ୍କ ପରିଦର୍ଶକ ମାନଙ୍କୁ ବିଦ୍ୟାଳୟ ସମ୍ପର୍କ ରେ ବିଭିନ୍ନ ବିଷୟ ହୃଦବୋଧ କରିଥିଲେ । ପରିଦର୍ଶକ ମାନେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ପ୍ରାୟ ୪୦ ମିନିଟ ସମୟ ବିତାଇ ଥିଲେ । ଅନୁଷ୍ଠାନ ର ଉନ୍ନତି ସମ୍ପର୍କରେ ପରିଦର୍ଶକ ମାନଙ୍କ ସନ୍ତୋଷ ଜନକ ମତାମତ ଏ ଅଞ୍ଚଳ ର ଅଧିବାସୀ ମାନଙ୍କୁ ଉତ୍ସାହିତ କରିଥିଲା ।

ପ୍ରଫେସର ଶ୍ରୀ ଦାସ ଏହି ଠାରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବ୍ରେଲ୍ ଶିକ୍ଷା ପ୍ରଦାନ ପାଇଁ ଆଲୋଚନା କରିଥିଲେ । ଏହି ସମ୍ପର୍କରେ ପ୍ରଶାସନ କୁ ଅବଗତ କରାଇବା ପାଇଁ ଆଲୋଚନା ରେ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବାଙ୍କ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ବିଦାୟ ଦେଇଥିଲେ ।

Popular Articles