ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ

0
155
ଜାତୀୟ ନବଜାତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୮/୧୧) : ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସିଗୁରୁ, କାରୁବାଇ, ମିରାବାଲି, ସାନ୍ଦୁବାଡ଼ି ଓ ଦୁର୍ଗାପାଡୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜାତୀୟ ନବଜାତ ଶିଶୁ ସପ୍ତାହ ୧୫/୧୧ ରୁ ଆରମ୍ଭ ହୋଇ ୨୧/୧୧/୨୦୨୨ ପର୍ଯ୍ୟନ୍ତ ଚାଲିବ ବୋଲି ଗୋଷ୍ଠୀ ଅଧିକାରୀ ସୂଚନା ଦେଇଛନ୍ତି ।

ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (p.h.e.o) ଶ୍ରୀମତୀ ସଂଯୁକ୍ତା ବେହେରା ଏବଂ ପିପିଲଗୁଡା ସେକ୍ଟର ସୁପରଭାଇଜର ହରେକୃଷ୍ଣ ଦାଶ ଓ ସ୍ଵାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁକୁ ଧରିବା ଓ ଛୁଇଁବା ପୂର୍ବରୁ ହାତକୁ କିଭଳି ଭଲ ଭାବରେ ସାବୁନ ରେ ସଫା କରିବା । ଶିଶୁର ନାହି ନାଡରେ କିଛି ନ ଲଗାଇବା ।

କମ ଓଜନ (୨୫୦୦ gm) ରୁ କମ ଶିଶୁଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଓ କଙ୍ଗାରୁ ମାଆ ଭଳି ଯତ୍ନ ଆପଣାଇବା, ଶିଶୁ ଜନ୍ମ ପରେ ଯଥା ଶୀଘ୍ର ସ୍ତନ୍ୟ ପାନ କରାଇବା, ଜନମ ରୁ ଛଅ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦିଆଯିବା ଏବଂ କୌଣସି ବିପଦ ପୂର୍ଣ୍ଣ ଲକ୍ଷଣ ଥିବା ଶିଶୁଙ୍କୁ ଚିକିତ୍ସା ପାଇଁ ଡାକ୍ଟର ଖାନାକୁ ନେବା, ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ଙ୍କୁ ସଂପୂର୍ଣ୍ଣ ଟିକା କରଣ ନେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସବୁ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ମାଆ ଏବଂ ଅଭିଭାବକ ମାନେ ପ୍ରତଶ୍ରୁତି ଦେଇଛନ୍ତି ।