ଟିଟିଲାଗଡ ସରକାରୀ ଡାକ୍ତରଖାନା ରେ ବ୍ୟାପକ ଅବ୍ୟବସ୍ଥା : ରୋଗୀ ଙ୍କୁ ମିଳୁନି ବେଡ

0
115
ଟିଟିଲାଗଡ ସରକାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୧୧) : ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତରଖାନା ରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ନାହିଁ, ନାହିଁ ରେ ଚଳିତ ହେଉଛି । ରୋଗୀ ଦୂରଦୂରାନ୍ତ ରୁ ଆସି ବାଧ୍ୟ ହୋଇ ବଲାଙ୍ଗୀର, ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନିତ ହେଇଛନ୍ତି ।

ଟିଟିଲାଗଡ ସରକାରୀ ଡାକ୍ତରଖାନା ରେ ବ୍ୟାପକ ଅବ୍ୟବସ୍ଥା ! ରୋଗୀ ଙ୍କୁ ମିଳୁନି ବେଡ ସେହିପରି ଯେଉଁ କିଛି ରୋଗୀ ଡାକ୍ତରଖାନା ରେ ଭର୍ତ୍ତି ରହିଥାନ୍ତି ତାଙ୍କୁ ବେଡ ରେ ନ ରଖି ତଳେ ଓ ବାରଣ୍ଡା ରେ ରଖି ଅନ୍ୟତ୍ର ଯିବାକୁ ବାଧ୍ୟ କରାଯିବା ଅଭିଯୋଗ ହୋଇଆସୁଛି । ଡ଼ାକ୍ତରଖାନା ରେ ରୋଗୀଙ୍କ ପାଇଁ ୧୦୦ ଗୋଟି ସ୍ୱତନ୍ତ୍ର ବେଡ ନିର୍ମାଣ ସହ ସବୁ ଆବଶ୍ୟକୀୟ ସାମଗ୍ରୀ ଦୀର୍ଘ ଦିନ ଧରି ଯୋଗାଇ ଦିଆ ଯାଇଥିବା ସତ୍ତ୍ୱେ ଉକ୍ତ ବେଡ ଗୁଡିକ ନର୍ସ ରୁମ୍ ରୁ ଦୂର ହେବା ଓ ସିଡି ବାରମ୍ୱାର ଛାଡ଼ିବା ପାଇଁ ସେଗୁଡିକ ପରିତ୍ୟକ୍ତ ହୋଇ ପଡ଼ିରହିଛି ।

ବିଭିନ୍ନ ବିଭାଗୀୟ ଡ଼ାକ୍ତର ପଦବୀ ଗୁଡିକ ଖାଲି ପଡ଼ିଥିବା ଯୋଗୁଁ ରୋଗୀ ଓ ତାଙ୍କ ଆତ୍ମୀୟ ସ୍ୱଜନ ଅକଥନୀୟ ଦୁର୍ଦ୍ଦଶା ଭୋଗ କରି ଆସୁଛନ୍ତି । ସେହିପରି ଏହି ଡାକ୍ତରଖାନା ରେ ଅବ୍ୟବହୃତ ହୋଇ ବିଭିନ୍ନ ଜରୁରୀ ଓ ମୂଲ୍ୟବାନ ସାମଗ୍ରୀ ସବୁ ନଷ୍ଟ ହେବା ରେ ଲାଗିଛି । ଡାକ୍ତରଖାନା ଅଧିକାରୀ ଏହି ସାମଗ୍ରୀ ଗୁଡ଼ିକୁ ବିନା ସରକାରୀ ଟେଣ୍ଡର ରେ ନିଜ ମନଇଚ୍ଛା ବେଆଇନ୍ ଭାବେ କବାଡି ମୂଲ୍ୟ ରେ ବିକ୍ରୀ କରି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ମୂଖ୍ୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ସମସ୍ତ ବିକ୍ରୀ ସାମଗ୍ରୀ ନେଇ ସବିଶେଷ ତଦନ୍ତ କରିବା ସହ ବିଧି ବଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଓ ରୋଗୀ ଙ୍କୁ ବନ୍ଦ ହୋଇ ପଡି ରହିଥିବା ବେଡ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଦୃଢ଼ ଦାବି ହେଉଛି ।