ଜୋନ-୨ ରେ ବିଜେପିର କେଡର କର୍ମୀ ସମ୍ମିଳନୀ

0
214
ଜୋନ-୨

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୧୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଜୋନ-୨ ଅନ୍ତର୍ଗତ କେ ସୀତାପୁର ପଞ୍ଚାୟତ ର ଛଅ ମାଇଲ ଠାରେ ବିଜେପି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 

ଜୋନ-୨ ରେ ବିଜେପିର କେଡର କର୍ମୀ ସମ୍ମିଳନୀ ରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ସମିତି ସଭ୍ୟ ଦାରାପୁ ରାଜେଶ (ଚିଟି) ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ହାଡୁଭାଙ୍ଗି ର ପୂର୍ବତନ ସରପଞ୍ଚ ପରେଡି ବାବୁ ରାଓ, ବିସିସି ବ୍ୟାଙ୍କ ଡାଇରେକ୍ଟର ଶ୍ରୀ କଡୁରୁ କିରଣ କୁମାର, ଜିଲ୍ଲାପରିଷଦ ନିର୍ବାଚନ ରେ ପ୍ରତିଦ୍ୱନ୍ଦୀତା କରିଥିବା ନେଟିମି ମୁରଲୀ ଏହି କେଡର ମିଟିଙ୍ଗ ରେ ଯୋଗ ଦେଇଥିଲେ ।

ଶ୍ରୀ ନାରାୟଣ ରାଓ ତାଙ୍କ ବକ୍ତବ୍ୟ ରେ କହିଥିଲେ କି ମୁଁ ଆପଣ ମାନଙ୍କ ଅନୁମତି ନେଇ ମୁଁ ବିଜେପି ରେ ଯୋଗ ଦେଲି, ଆପଣ ମାନଙ୍କ ଆଶୀର୍ବାଦ ରୁ ବିଧାୟକ ହେଲି । ପୁଣି ସେ କହିଲେକି କେନ୍ଦ୍ର ର ସବୁ ଯୋଜନା ଙ୍କୁ ରାଜ୍ୟ ସରକାର କପି ପେଷ୍ଟ କରୁଛନ୍ତି । ଆଜି ରାଜ୍ୟ ସରକାର ଏକ ଲକ୍ଷ ପଚାଶ ହଜାର କୋଟି ଟଙ୍କା ବାକି ଅଛନ୍ତି । ଏଣୁ ଆପଣ ମାନେ ସବୁ ଜାଣି ଥାଆନ୍ତୁ । ଏହି କର୍ମୀ ସମ୍ମିଳନୀ ରେ ଅନ୍ୟୁନ ୫୦୦ ରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ ।