ରାଜ୍ୟ ସ୍ତରୀୟ ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

0
107
ରାଜ୍ୟ ସ୍ତରୀୟ ଦ୍ଵିତୀୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୮/୧୧) : ଆଜି ବୌଦ୍ଧ ଜିଲ୍ଲା ପୁରୁଣାକଟକ ର ଅଧିଷ୍ଠାତ୍ରୀଦେବୀ ମାଁ ଭୈରବୀଙ୍କ ରାଜ୍ୟ ସ୍ତରୀୟ ଦ୍ୱିତୀୟ ଭୈରବୀ ମହୋତ୍ସବ ପାଇଁ ମାଁ ଭୈରବୀ ପରିଚାଳନା କମିଟି ସଭାପତି ସୁରେନ୍ ପ୍ରଧାନ ଙ୍କ ସଭାପତିତ୍ୱ ରେ ମନ୍ଦିର ପ୍ରାଙ୍ଗଣରେ ଜରୁରୀ କାଳୀନ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 18 at 18.58.14 ରାଜ୍ୟ ସ୍ତରୀୟ ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

ଆସନ୍ତା ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ବିଭିନ୍ନ ବିଭାଗ ବିଷୟରେ ବିସ୍ତୃତ ଭାବେ ଦାୟିତ୍ଵ ବାଣ୍ଟନ ହେବା ସହ ଅଞ୍ଚଳର କଳା ସଂସ୍କୃତି ବଜାୟ ରଖିବା ମୂଳ ଉଦ୍ଦେଶ୍ୟ ରହିବ ଏବଂ ଶାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜ୍ୟ ସ୍ତରୀୟ ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ବୈଠକ ରେ ମାଁ ଭୈରବୀ କ୍ଲବ, ଜୟ ଦୁର୍ଗା କ୍ଳବ, ମାଁ ଭୈରବୀ ପରିଚାଳନା କମିଟି, ଭୈରବୀ ମହୋତ୍ସବ ପରିଚାଳନା କମିଟି, ବୁଦ୍ଧିଜୀବି, ଆଇନ ଜୀବି ସାମ୍ବାଦିକ ବନ୍ଧୁ ଓ ସ୍ଥାନୀୟ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହୁଥିଲେ ।