Friday, March 29, 2024

Top 5 This Week

Related Posts

ରାୟଗଡ଼ା ଠାରେ ସି.ପି.ଆଇ.(ଏମ୍.ଏଲ) , ଲିବରେସନ ର ଚତୁର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ 

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୧୧) : ଆଜି ରାୟଗଡ଼ା ଠାରେ ସି.ପି.ଆଇ.(ଏମ.ଏଲ) ଲିବରେସନ ତରଫରୁ ପଦ୍ମପୁର ବ୍ଲକ଼ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତ ର କୋଇଲିକଟା ଗ୍ରାମ ଠାରେ ଚତୁର୍ଥ ତମ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 11 18 at 18.58.37 ରାୟଗଡ଼ା ଠାରେ ସି.ପି.ଆଇ.(ଏମ୍.ଏଲ) , ଲିବରେସନ ର ଚତୁର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ 

ରାୟଗଡ଼ା ଠାରେ ସି.ପି.ଆଇ. (ଏମ୍.ଏଲ), ଲିବରେସନ ର ଚତୁର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ । କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ପତାକା ଉତ୍ତୋଳନ କରିବା ସହ ସ୍ୱର୍ଗତଃ ରାମଚନ୍ଦ୍ର କୁଣ୍ଡିଙ୍ଗି ଓ ମିନାରାଓ ଖଣ୍ଡଗିରି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ସମ୍ମିଳନୀ ଅନୁଷ୍ଠିତ କରିବା ସଙ୍ଗେ ସଙ୍ଗେ ଶହୀଦ ମାନଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ପଦ୍ମପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ୮୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏଥିରୁ ୧୯ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ପଦ୍ମପୁର ବ୍ଲକ ର ସମ୍ପାଦକ ଭାବେ ରାଜେନ୍ଦ୍ର ମାଝୀଙ୍କୁ ସର୍ବସମ୍ମତି ଭାବେ ବଛା ଯାଇଥିଲା । ସି ପି ଆଇ (ଏମ ଏଲ) ତରଫରୁ ୨୦୨୩ ଫେବୃଆରୀ ୧୫ ଠାରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବ ଭାରତୀୟ ସମ୍ମିଳନୀ ବିହାରର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।WhatsApp Image 2022 11 18 at 18.58.37 1 ରାୟଗଡ଼ା ଠାରେ ସି.ପି.ଆଇ.(ଏମ୍.ଏଲ) , ଲିବରେସନ ର ଚତୁର୍ଥ ବ୍ଲକ ସମ୍ମିଳନୀ ଅନୁଷ୍ଠିତ 

ନୂତନ କମିଟି ଗଠନ କରି ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରାଯାଇଥିଲା । ସେଗୁଡିକ ମଧ୍ୟରେ ଜଙ୍ଗଲ ଆଇନ ୨୦୨୨ ବାତିଲ, ବିଦ୍ୟୁତ ଆଇନ ବାତିଲ, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା , ଭାଗ ଚାଷୀଙ୍କୁ ଚାଷୀ ର ମାନ୍ୟତା ସହ ସମସ୍ତଙ୍କୁ ସିଲିଂ ବର୍ହିଭୁତ ଜମି, ଜଙ୍ଗଲ ଓ ଘରଡିହ ପଟ୍ଟା ପ୍ରଦାନ କରିବା ମୂଖ୍ୟ ଥିଲା । ସରକାର ତୁରନ୍ତ ଉକ୍ତ ଦାବି ଗୁଡ଼ିକ ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସି ପି ଆଇ (ଏମ୍ ଏଲ) ଲିବରେସନ ର ସମ୍ପାଦକ ତ୍ରୀପତି ଗମାଙ୍ଗ ଚେତାବନୀ ଦେଇଛନ୍ତି । ତେବେ ଏହି ସଙ୍ଗଠନର ଚେତାବନୀକୁ ସରକାର କେତେ ଗୁରୁତ୍ଵ ଦେଉଛନ୍ତି ଦେଖିବାକୁ ବାକି ରହିଲା ।

Popular Articles