Friday, March 29, 2024

Top 5 This Week

Related Posts

୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ବୌଦ୍ଧକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିଵା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୬/୦୮) : ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପଞ୍ଚମ IRBN ବାଟାଲିଅନ, ବୌଦ୍ଧ, APR ଦଳ ଏବଂ ଜିଲ୍ଲା ପୋଲିସ ଏବଂ ପଞ୍ଚମ IRBN ର ବ୍ୟାଣ୍ଡ କଷ୍ଟିଜେଣ୍ଟ ଙ୍କ ଅଭିବାଦନ ଗ୍ରହଣ କରି ସମସ୍ତ ପ୍ଲାଟୁନ, କରୋନା ଯୋଦ୍ଧା ଏବଂ ଉପସ୍ଥିତ ଅତିଥି ଙ୍କୁ ଉଦବୋଧନ ଦେଇଥିଲେ lnasha mukti slogan in hindi ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ବୌଦ୍ଧକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିଵା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପ୍ୟାରେଡ଼ ପଡିଆରେ ରିଜର୍ଭ ଇନ୍ସପେକ୍ଟର ପୋଲିସ ମଧୁସୂଦନ ମହାପାତ୍ର ଏବଂ 2nd in Command ସରଜେଣ୍ଟ ଦୁଶମନ ସାହୁ ପ୍ୟାରେଡ଼ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ବୌଦ୍ଧ ଜିଲ୍ଲା କୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ସମ୍ପର୍କ ରେ ସୂଚନା ଦେବା ସହ ସମ୍ବିଳିତ ଜନତା ଙ୍କୁ ଶପଥ ପାଠ କରାଇଥିଲେ l

ସ୍ୱାଧୀନତା ଦିବସ ଅବସରରେ ପ୍ରାତଃ ୪ ଘ.୩୦ ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଦ୍ୱାରା ବୌଦ୍ଧ ସହର ରେ ରାମଧୁନ, ସକାଳ ୭ ଟା ସମୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ,୮ ଟାରେ ବୌଦ୍ଧ ସହର ସ୍ଥିତ ମହାତ୍ମାଗାନ୍ଧୀ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ଭାରତ ରତ୍ନ ବି. ଆର. ଆମ୍ବେଦକର, ଉତ୍କଳ ଗୌରବ ମଧୁସୂଦନ ଦାସ, ଗଙ୍ଗାଧର ମେହେର, ବିଜୁ ପଟ୍ଟନାୟକ, ନଟବର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା |

ସକାଳ ଘ.୯.୧୫ ମି ସମୟରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ ଏବଂ ପରେ ପରେ ଅନଲାଇନ କୁଇଜ ଏବଂ ଚିତ୍ରାଙ୍କନ ( ସିନିଅର ଏବଂ ଜୁନିଅର ସ୍ତରୀୟ ) ପୁରସ୍କାର ବିତରଣ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ AHSC ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ପଲ୍ଲୀବିକାଶ ହାଇସ୍କୁଲ ( ଲୁଣିବାହାଲ ) ର ମଧୁସୂଦନ ପ୍ରଧାନ ଙ୍କୁ ସମାଜସେବୀ ମାତାଦିନ ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ଗୋଦାବରୀ ଦେବୀ ଅଗ୍ରୱାଲ ଙ୍କ ତରଫରୁ ରାମେଶ୍ୱର ଲାଲ ମେଧାବୀ ଛାତ୍ର ବୃତ୍ତି ବାବଦକୁ ଦଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l

କୋଭିଡ ମହାମାରୀ ସମୟରେ କୋଭିଡ ରୋଗୀ ଙ୍କ ଦାହ ସଂସ୍କାର ସମ୍ମାନ ପୂର୍ବକ ସମ୍ପୂର୍ଣ୍ଣ କରିଥିବା କରୋନା ଯୋଦ୍ଧା, କରୋନା ସମୟରେ ଘର କୁ ଘର ଯାଇ କୋଭିଡ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଥିବା RRT, ଶ୍ରେଷ୍ଠ ରକ୍ତ ଦାନ କରି ସଞ୍ଜୟ କୁମାର ପଣ୍ଡା, ଦେବାଶିଷ ପୁରୋହିତ, ଓଡିଶା ମୋ ପରିବାର, ବୌଦ୍ଧ ପକ୍ଷରୁ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ସର୍ବାଧିକ ଏକକ ଶିବିର ଆୟୋଜନ କରି ପୁରସ୍କୃତ ହୋଇଥିଲେ l

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆର୍କିଟେକଚର ଡ଼ିଜାଇନ ଦେବା ସହିତ ଜିଲ୍ଲା ପ୍ରଶାସନ କୁ ନୂତନ ପ୍ରକଳ୍ପ ପରିଯୋଜନା କରିଥିବାରୁ ସୁଶ୍ରୀ ସୁମନ ଷଡ଼ଙ୍ଗୀ ଏବଂ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ସ୍ଵଂୟ ସହାୟକ ଗୋଷ୍ଟି ର ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ଇକୋ ଫ୍ରେଣ୍ଡଲି ରାକ୍ଷୀ. ନିଆରା ରାକ୍ଷୀ ସମ୍ଭାର ର ଶୁଭ ଉଦଘାଟନ ଜିଲ୍ଲା ସଂଗ୍ରାହଳୟ ଠାରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ହୋଇଥିଲା l

ପରେ ପରେ ପୋଲିସ ତରଫରୁ ଟାଉନ ହଲ ଠାରେ ରକ୍ତ ଦାନ ଶିବିର ର ଶୁଭ ଉଦଘାଟନ, ମୁଖ୍ୟ ଚିକିତ୍ସାଲୟରେ ଜେନେଟିକ ୱାର୍ଡ ର ଶୁଭ ଉଦଘାଟନ ଏବଂ ମୁର୍ଷୁଣ୍ଡି ଠାରେ ଲେଥା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଆଇ ଆଇ ସି ତପସ୍ୱିନୀ କଅଁର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଇ.ଓ. ଇଂ. ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ପରେ ବଘିଆପଡ଼ା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପି.ଡ଼ି. ଡ଼ି.ଆର.ଡ଼ି.ଏ. ବବିତାରାଣୀ ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବରିଆରସିଂହ, ବି ଡ଼ି ଓ ଦେବୀ ପ୍ରସାଦ ଦାଶ ଯୋଗ ଦେଇ ଥିଲେ l

ପ୍ୟାରେଡ ପଡିଆରେ ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିବା ବେଳେ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବସନ୍ତ କୁମାର ସାହୁ ସଂଯୋଜନା କରିଥିଲେ l

Popular Articles