ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର କଳାବେଜ ପରିଧାନ

0
112
ଓଡ଼ିଶା ସରକାରୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୭/୧୧) : ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର କଳାବେଜ ପରିଧାନ । ୨୦୧୫ ମସିହା ରୁ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଜାତି ଓ ଜନଜାତିର ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଇଂରାଜୀ ଶିକ୍ଷା ମାଧ୍ୟମ ରେ ଶିକ୍ଷ୍ୟା ପ୍ରଦାନ କରି ଆଗ ଧାଡିରେ ଆଣିବା ପାଇଁ ରାୟଗଡ଼ା ଅନ୍ୱେଷା ହଷ୍ଟେଲରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ୱାଡ଼ନ, House mother’s ଓହରହ ଚେଷ୍ଟା କରି ଆସିଛନ୍ତି ।ଓଡ଼ିଶା ସରକାରୀ

କିନ୍ତୁ ଆଜକୁ ୬ ବର୍ଷ ହେଲାଣି ନା ଆମେ ଠିକ୍ ସମୟରେ ଦରମା ପାଉଛୁ ନା କୌଣସି ସୁବିଧା ପାଉଛୁ । ସ୍ଵଳ୍ପ ବେତନରେ କାର୍ଯ୍ୟକାରୀ ନିଜର ପରିବାର ପେଟ ପୋଷୁଛୁ । ଅସୁବିଧା ଜଣାଇଲେ ଚାକିରି ରୁ ବାହାର କରିଦେବୁ ବୋଲି ଧମକ କଥା ଶୁଣିବାକୁ ପୋଡ଼ୁଛି କାରଣ ଆମେ ସମସ୍ତ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କାର୍ମଚାରୀ ଦ୍ଵାରା ନିଯୁକ୍ତି ।

ତେଣୁ ଆଜି ରାଜ୍ୟ ସଂଘର ନିଷ୍ପତ୍ତି ଏବଂ ଡାକରାରେ ଅନ୍ୱେଷା ବିଭାଗ ରେ କାର୍ଯ୍ୟରତ ରାୟଗଡ଼ା ଜିଲ୍ଲା ସହ ଗୁଣୁପୁର ଏବଂ ଗୁଡ଼ାରୀ ବ୍ଲକର କର୍ମଚାରି ଆଉଟସୋର୍ସିଙ୍ଗ ଭୋଳି କ୍ରିତୋଦସ ପ୍ରଥା ଉଚ୍ଛେଦ ତଥା ସ୍ଥାୟି ନିଯୁକ୍ତି ଦାବି ରେ ନଭେମ୍ବର ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ କଳ। ବେଜ ପରିଧାନ କରି ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛୁ ।WhatsApp Image 2022 11 19 at 12.15.16 ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର କଳାବେଜ ପରିଧାନ

ଶିକ୍ଷିତ କର୍ମୋଚାରି ମାନଙ୍କ ଉପରୁ ଆଉଟସୋର୍ସିଙ୍ଗ ଭୋଲି ଅତି କଳୁଷିତ, ଘୃଣ୍ୟ ଓ କଳଙ୍କିତ ପ୍ରଥା କୁ ଯଥାଶୀଘ୍ର ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କରିବା ନିମନ୍ତେ ଆଜି ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧକାରୀ ଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଆସିଛୁ ବୋଲି ରାୟଗଡ଼ା ସ୍ଥିତ କୋଟଲାଗୁଡା ଅନ୍ୱେଷା ଛାତ୍ର ଭାଷ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ଯଦି ସରକାର ଆମ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ୨୬ ତାରିଖ ରେ ଭୁବେଶ୍ୱରରେ ମହାତ୍ମାଗାନ୍ଧି ମାର୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବୁ ବୋଲି ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଚେତାବନୀ ଦେଇଛନ୍ତି ।