Friday, March 29, 2024

Top 5 This Week

Related Posts

ଫିଫା ବିଶ୍ୱକପ୍ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ, (୨୦/୧୧) : ଆଜିଠୁ ଆରମ୍ଭ ହେଉଛି ଫୁଟବଲ ମହାକୁମ୍ଭ। ଏଥର କାତାରରେ ଖେଳାଯାଉଛି ଫିଫା ବିଶ୍ୱକପ୍ । ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ ।

ଏଥର ଫୁଟବଲ୍ ମହାକୁମ୍ଭ ରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍ । ୮ଟି ଗ୍ରୁପରେ ଏହି ଟିମ୍‌କୁ ଭାଗ କରାଯାଇଛି । ଆଜି ରାତି ସାଢ଼େ ୯ଟାରେ ଫିଫା ବିଶ୍ୱକପ୍ ର ଉଦ୍‌ଘାଟନୀ ମ୍ୟାଚ୍ ରହିଛି । ଏହି ମ୍ୟାଚରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର । ଗ୍ରୁପ୍‌- Aର ପ୍ରଥମ ଦୁଇଟି ଟିମ୍ ମଧ୍ୟରେ ଆଜି ଦେଖିବାକୁ ମିଳିବ ଟକ୍କର୍ ।

ଏହି ଗ୍ରୁପର ଅନ୍ୟ ଦୁଇଟି ଟିମ୍ ହେଲେ ସିନେଗାଲ ଓ ନେଦରଲ୍ୟାଣ୍ଡସ୍ ।ସେହିପରି ଗ୍ରୁପ-Bରେ ଇଂଲଣ୍ଡ, ଇରାନ, ଆମେରିକା, ୱେଲସ ରହିଛନ୍ତି । ଗ୍ରୁପ-Cରେ ଅଛନ୍ତି ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ । ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ ଗ୍ରୁପ-Dରେ ଅଛନ୍ତି । ଗ୍ରୁପ-Eରେ ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ ଥିବା ବେଳେ ଗ୍ରୁପ-Fରେ ଅଛନ୍ତି ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ । ସେହିପରି ଗ୍ରୁପ୍-Gରେ ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍କୁ ସ୍ଥାନ ମିଳିଛି । ଗ୍ରୁପ-Hରେ ଅଛନ୍ତି ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍ ଭଳି ଟିମ୍।

ଆଜିଠୁ ୨ ଡିସେମ୍ବର ଯାଏଁ ରହିଛି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ । ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ । ପ୍ରତି ଗ୍ରୁପ୍‌ର ଟପ୍-ଟୁ ଟିମ୍ ରାଉଣ୍ଡ ଅଫ୍-୧୬ କୁ ଯିବେ । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍ । ଏହାପରେ କ୍ୱାର୍ଟର ଫାଇନାଲରୁ ଫାଇନାଲ ଯାଏଁ ସ୍ଥିର ହେବ ରାସ୍ତା । ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପ୍‌ର ଫାଇନାଲ ଫାଇଟ୍। ୨୯ ଦିନରେ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ ଟି ମ୍ୟାଚ୍ ଖେଳାଯିବ ।

Popular Articles