ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଫାର୍ସା, ଖଣ୍ଡାରେ ଖାଇଲେ ଚୋଟ

0
100
ରାସ୍ତା ନିର୍ମାଣକୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୧/୧୧) : ରାସ୍ତା ନିର୍ମାଣକୁ ନେଇ ଢେଙ୍କାନାଳ ସଦରଥାନା ଭଙ୍ଗାମାଳରେ ଗୋଷ୍ଠୀ ସଂଘର୍ଷ ।

ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ପରସ୍ପରକୁ ଖଣ୍ଡା ଓ ଫାର୍ସାରେ ଆକ୍ରମଣ ଯୋଗୁଁ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଙ୍ଗାମାଳରୁ ଦୁଇଜଣ ଓ କମନିଙ୍ଗ ଗାଁ’ରୁ ଜଣେ ରହିଛନ୍ତି । ସେମାନେ ହେଲେ ପ୍ରତାପ ରାଉତ, ଶେଷଦେବ ସାହୁ ଓ ପ୍ରଶାନ୍ତ ରାଉତ । ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଭଙ୍ଗାମାଳ ଗାଁ’ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ କାମ ଚାଲୁଥିବା ବେଳେ ଜାଗା ଚିହ୍ନଟକୁ ନେଇ ଗାଁ’ର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷ ବେଳର ଭିଜୁଆଲ ମୋବାଇଲରେ କଏଦ ହୋଇଛି । ଚିକିତ୍ସା ପରେ ଆହତ ପ୍ରଶାନ୍ତ ରାଉତ ଓ ଶେଷଦେବ ସାହୁ କହିଛନ୍ତି, ତାଙ୍କ ନିଜସ୍ୱ ଜମି ଉପରେ ରାସ୍ତା ଯାଉଛି । ହେଲେ ଏହି ରାସ୍ତା ଉପରେ ଯୋରଜବରଦସ୍ତି ରାସ୍ତା କରାଯାଉଛି ।

ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ ଚାଲିଛି । କୋର୍ଟ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଝମେଲା ନ କରିବାକୁ କହିବାରୁ ସେମାନଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ପ୍ରାୟ ୨୫ ଜଣ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କର ମୁଣ୍ଡ, ଅଣ୍ଟା, ହାତ, ଗୋଡ଼ ପ୍ରଭୃତିକୁ ହାଣି ପକାଇଛନ୍ତି ଏବଂ ପ୍ରବଳ ପିଟିଛନ୍ତି ।