Friday, March 29, 2024

Top 5 This Week

Related Posts

ପୂର୍ବତନ ପ୍ରେମିକାକୁ ହତ୍ୟା : ୬ ଖଣ୍ଡ କରି କୂଅରେ ଫିଙ୍ଗିଦେଲା ଯୁବକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୨୧/୧୧) : ପୁଣି ଦିଲ୍ଲୀ ହତ୍ୟା ଘଟଣାର ପୁନରାବୃତ୍ତି । ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଏ ଯାଏଁ ସମାଧାନ ନ ହେଉଣୁ ଏଭଳି ଏକ ସମାନ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ନିଜ ପୂର୍ବତନ ପ୍ରେମିକାକୁ ହତ୍ୟା ପରେ ୬ ଖଣ୍ଡ କରି କାଟି ଦେଇଛି ନୃଶଂସ ପ୍ରେମିକ ।

ପୂର୍ବତନ ପ୍ରେମିକାକୁ ହତ୍ୟା ! କେବଳ ସେତିକି ନୁହେଁ ଖଣ୍ଡ ବିଖଣ୍ଡିତ ମରଶରୀରକୁ ପଲିଥିନ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଛି ଯୁବକ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶର ଆଜମଗଡରେ । ଉତ୍ତରପ୍ରଦେଶ ଆଜମଗଡର ପ୍ରିନ୍ସ ଯାଦବ ଓ ଇସାକପୁର ଗାଁ’ର ଆରାଧନା । ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ବେଶ୍ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଥିଲା । କିନ୍ତୁ ଚଳିତ ବର୍ଷ ପ୍ରିନ୍ସଙ୍କୁ ଛାଡି ଅନ୍ୟ ଜଣକୁ ବିବାହ କରିନେଇଥିଲେ ଆରାଧନା । ଏହାକୁ ନେଇ ରାଗି ଯାଇଥିଲା ପ୍ରିନ୍ସ ।

ନଭେମ୍ବର ୧୫ ତାରିଖରେ ପ୍ରିନ୍ସ ଆରଧନାକୁ ଦେଖା କରିବାକୁ ଡାକିଥିଲା । ଏହାପରେ ତାଙ୍କୁ ବାଇକ୍‌ରେ ବସାଇ ଏକ ମନ୍ଦିରକୁ ନେଇଥିଲା । ମନ୍ଦିରରେ ପୂର୍ବରୁ ହିଁ ପ୍ରିନ୍ସଙ୍କ ଜଣେ ସମ୍ପର୍କୀୟ ଅପେକ୍ଷା କରିଥିଲେ । ଏହାପରେ ଉଭୟ ପ୍ରିନ୍ସ ଓ ତାଙ୍କ ସମ୍ପର୍କୀୟ ମିଶି ପ୍ରଥମେ ଆରାଧନାଙ୍କୁ ଗଳା ଚିପି ହତ୍ୟା କରିଥିଲେ । ଏହାପରେ ଆଖୁ ବାଡକୁ ନେଇ ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ୬ ଖଣ୍ଡ କରି ପଲିଥିନ୍‌ରେ ବ୍ୟାଗ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଥିଲେ । ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଉଭୟ ଅଭିଯୁକ୍ତ ଆଖୁ ବାଡ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ପ୍ରିନ୍ସ ଯାଦବକୁ ଗିରଫ କରିଛି । ଗାଁ’ର ଏକ କୂଅରୁ ମୃତ ଆରାଧନାଙ୍କ ଖଣ୍ଡ ବିଖଣ୍ଡିତ ମର ଶରୀରକୁ ମଧ୍ୟ ଜବତ କରିଛି ପୁଲିସ । ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଖୋଜିବା ଘଟଣା ସ୍ଥଳକୁ ଯିବା ବେଳେ ଅଭିଯୁକ୍ତ ପ୍ରିନ୍ସ ଅଧାରାସ୍ତାରେ ପୁଲିସ କବଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା । ଏହା ପରେ ପୁଲିସ ତା’ଉପରକୁ ଗୁଳିମାଡ କରିଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣା ର ତଦନ୍ତ ଜାରି ରଖିଛି ।

Popular Articles