ନିର୍ମାଣାଧୀନ ସେତୁର ୨ବିମ୍ ଭୁଶୁଡ଼ିଲା : ୩ ଶ୍ରମିକ ଗୁରୁତର

0
119
ନିର୍ମାଣାଧୀନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଆନନ୍ଦପୁର, (୨୧/୧୧) : କେନ୍ଦୁଝର ଜିଲ୍ଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ର କୁଶେଇ ନଦୀ ଉପରେ ନିର୍ମଣାଧୀନ ସେତୁର ୨ଟି ବିମ୍ ଆଜି ଭୁଶୁଡ଼ି ପଡ଼ିଛି । ଏଥିରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କୁଶେଇ ନଦୀ ଉପରେ ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଆଜି ସକାଳେ ନିର୍ମାଣାଧୀନ ସେତୁର ୨ଟି ବିମ୍ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ଶ୍ରମିକ ମାନେ ସେଠାରେ କାମ କରୁଥିଲେ । ନିର୍ମାଣାଧୀନ ସେତୁର ବିମ୍‌ ଦୁଇଟି ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିବା ବେଳେ ୩ ଜଣ ଶ୍ରମିକ ଏଥିରେ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କ ମଧ୍ୟରେ ୨ ଜଣ ଅବସ୍ଥା ଗୁରୁତର ରହିଛି । ଜଣେ ଆହତ ଶ୍ରମିକ କହିଛନ୍ତି, ଆଜି ସକାଳେ ୪ ଜଣ ସେଠାରେ କାମ କରୁଥିଲୁ । ହଠାତ୍ ବିମ୍‌ ୨ ଟି ଭୁଶୁଡ଼ି ପଡ଼ିଥିଲା । ଆମେ ୪ ଜଣ ଚାପି ହୋଇଯାଇଥିଲୁ ।