ସିପିଆଇ ଏମ୍ ଏଲ ର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ

0
271
ସିପିଆଇ ଏମ୍ ଏଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସିପିଆଇ ଏମ୍ ଏଲ ଲିବରେସନର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 21 at 17.26.33 ସିପିଆଇ ଏମ୍ ଏଲ ର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ

ଏଥିରେ ସିପିଆଇ ଏମ୍ ଏଲ ର ଜିଲ୍ଲା କମିଟି ସଦସ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ କମିଟି ସଦସ୍ୟ ବୃନ୍ଦାବନ ବିଡିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥିଭାବେ ରାଜ୍ୟ କମିଟି ସଦସ୍ୟ ର ରାମଚନ୍ଦ୍ର ପ୍ରାସ୍କା, ଜିଲ୍ଲା କମିଟି ସଦସ୍ୟ ର କରୁଣା କର ଲିମା, ଭାସ୍କର ନାଗ, ଆଶ୍ରିକା ଅଟକା, ଆଛାନା ମାଣ୍ଡିକା, ଚୈତନ୍ୟ ଗରଡ଼ିଆ, ମାଙ୍ଗାମା ନେମାଲପୁରୀ, ବଛା ବୃନ୍ଦାବତୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଗକୁ ଗୁଣୁପୁର ବ୍ଲକ ର ପୁଟାସିଂ ଠାରେ ଜିଲ୍ଲା ସ୍ତରୀୟ, ଗୁଣୁପୁର ସଦରରେ ରାଜ୍ୟ ସ୍ତରୀୟ ଓ ଫେବୃଆରୀ ମାସର ୧୪ ରୁ ୨୦ ତାରିଖ ମଧ୍ୟରେ ସର୍ବଭାରତୀୟ ସମ୍ମିଳନୀ ଭବାନୀପାଟଣା ରେ ଅନୁଷ୍ଠିତ ହେବ ।

ତାହାକୁ ସଫଳ କରିବା ପାଇଁ ଏହି ବ୍ଲକ ସ୍ତରୀୟ ସମ୍ମିଳନୀ କରାଯାଇଛି । ଭାରତ ସରକାର ଫାସିବାଦ ଓ ବୁଲଡଜର ନୀତି ତିଆରି କରୁଛି । ଜଙ୍ଗଳଜମି ସରକାରୀ ଜମି କୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କମ୍ପାନୀକୁ ବିକ୍ରିକରି ଲୋକଙ୍କ ଉପରେ ଯେଉଁ ଆକ୍ରମଣ କରିଆସୁଛି ତାହା ବିରୋଧ ରେ ଜୋରଦାର ଲାଡେଇ କରିବା ପାଇଁ ପ୍ରସ୍ତୁତ ଚାଲିଛି ବୋଲି ମୁଖ୍ୟଅତିଥି କହିଛନ୍ତି ।WhatsApp Image 2022 11 21 at 17.26.33 1 ସିପିଆଇ ଏମ୍ ଏଲ ର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ

ଦେଶରେ କରୋନା ବୋଲି କିଛି ନାହିଁ ଲୋକଙ୍କୁ ଭୁଆଁ ବୁଲାଇ ସବୁ କମ୍ପାନୀ ହାତକୁ ଟେକିଦେବା ପାଇଁ ଷଡଯନ୍ତ୍ର କରିଛି ବୋଲି କହିଛନ୍ତି । ଏହି ଅବସରରେ ଉକ୍ତ ବ୍ଲକରେ ୨୩ ଜଣ ପ୍ରାର୍ଥୀ ଙ୍କୁ ନେଇ ଏକ ନୂତନ କମିଟି ଗଠନ କରିଛନ୍ତି । ସମସ୍ତ କାର୍ଯ୍ୟ ଦଳୀୟ କମିଟି ଦ୍ୱାରା ସମାଧାନ କରାଯିବ ବୋଲି କହିଛନ୍ତି । ଏଥିରେ ସିପିଆଇ ଏମ ଏଲ ର ବହୁ ସଂଖ୍ୟକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।