କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ରେ କୈ।ଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ

0
214
କୃଷି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୨/୧୧) : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଓ ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ରାୟଗଡ଼ା ର ମିଳିତ ସହାୟତାରେ ବୈଜ୍ଞାନିକ ପଦ୍ଧତିରେ ମହୁଚାଷ ଉପରେ ୭ ଦିନିଆ ଆବାସିକ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ଦାଶ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ରାୟଗଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମହୁଚାଷ କରି ଆୟ ବଢ଼ାଇବା ସହ ନିଜ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜିବ ଟୁଡୁ ମହୁଚାଷକୁ କିପରି ଏକ ଲାଭଦାୟକ ଚାଷରେ ପରିଣତ କରିହେବ ଓ କେଉଁ ପ୍ରଜାତିର ମହୁମାଛି ପାଳନ କଲେ ଅଧିକ ମହୁ ଅମଳ ହେବା ସହିତ ବିଶେଷ ଲାଭବାନ ହୋଇପାରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ ।WhatsApp Image 2022 11 21 at 18.56.20 1 କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ରେ କୈ।ଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ

ପ୍ରାରମ୍ଭରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ପ୍ରସାରଣ ବୈଜ୍ଞାନିକ ଵିନୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ମହୁଚାଷର ଆବଶ୍ୟକତା, ଫସଲ ଉତ୍ପାଦନ ବୃଦ୍ଧିରେ ମହୁମାଛିର ଭୂମିକା ଓ ମହୁଚାଷକୁ ଉଦ୍ୟୋଗ ଭାବେ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସହକାରୀ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ପରିବର୍ତ୍ତିତ ଜଳବାୟୁରେ ମହୁ ଚାଷର ଗୁରୁତ୍ଵ, ଏହାର ଔଷଧୀୟ ଗୁଣ, ମହୁଚାଷ ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ କୈ।ଶଳ ଉପରେ ଆଲୋକପାତ କରିଥିଲେ । ଉକ୍ତ ତାଲିମ ଶିବିରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକରୁ ସମୁଦାୟ ୧୫ ଜଣ ଗ୍ରାମୀଣ ଯୁବକ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ ।