ବିଶ୍ୱ ମତ୍ସ୍ୟ ଦିବସ ପାଳିତ

0
164
ବିଶ୍ୱ ମତ୍ସ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୧୧) : ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ, ବିଶ୍ୱ ମତ୍ସ୍ୟ ଦିବସ – ୨୦୨୨, ଜଳଛାୟା ବିଭାଗ ସମ୍ମିଳନୀ କକ୍ଷରେ ତା. ୨୧.୧୧.୨୦୨୨ ରିଖରେ ପାଳନ କରାଯାଇଅଛି ।WhatsApp Image 2022 11 21 at 19.40.47 ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ବିଶ୍ୱ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସରସ୍ୱମତୀ ମାଝୀ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ରାୟଗଡ଼ା, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମାନ୍ୟବର ବିଧାୟକ, ରାୟଗଡ଼ା, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଓ ଶ୍ରୀଯୁକ୍ତ ଧରମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ (ଉଭୟ) ଯୋଗଦାନ କରିଥିଲେ । ମାନ୍ୟବର ବିଧାୟକ, ରାୟଗଡା, ନିଜର ଅଭିଭାଷଣରେ ମତ୍ସ୍ୟ ଚାଷୀଙ୍କର ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ନିମନ୍ତେ ମତ୍ସ୍ୟ ବିଭାଗ ଦ୍ୱାରା ତାଲିମ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ ।

ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍‍ ନେଇ ମାଛ ଚାଷ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି ଯଥା କୁକୁଡା ପାଳନ, ଗୋପାଳନ, ଫୁଲ ଓ ପନିପରିବା ଚାଷ ଇତ୍ୟାଦିରେ ମନୋନିବେଶ କରି ସ୍ୱାବଲମ୍ୱି ହେବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡକ୍‍ଟର ହାଡିବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ, ଶ୍ରୀଯୁକ୍ତ ପତିତପାବନ ସାମନ୍ତରାୟ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଶ୍ରୀମତୀ ଚୁଳକାନ୍ତି ତାଜନ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏବଂ ଜିଲ୍ଲାର ୧୧ ଟି ବ୍ଲକ୍‍ର ସହକାରୀ ମତ୍ସ୍ୟ ଅଧିକାରୀ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ଉପସ୍ଥିତ ରହି ସଭାରେ ଅଂଶ ଗ୍ରହଣ କରିଥିଲେ ।

ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକ୍‍ର ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ମତ୍ସ୍ୟ ସମବାୟ ସମିତିର ସଦସ୍ୟ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ଚାଷ ସହ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ପରିଶେଷରେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ସମସ୍ୟାର ଆଲୋଚନା ହେବା ସହ, ଏହାର ସମାଧାନ ମଧ୍ୟ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା ।