ଭୂମିକମ୍ପ ରେ ଦୋହଲିଲା ମହାରାଷ୍ଟ୍ର

0
130
ଭୂମିକମ୍ପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୩/୧୧) : ଭୂମିକମ୍ପରେ ଦୋହଲିଲା ମହାରାଷ୍ଟ୍ରର ନାସିକ ଅଞ୍ଚଳ । ଆଜି ଭୋରୁ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ଭୂମିକମ୍ପ ର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୪.୪ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା । ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇ ନାହାଁନ୍ତି କି କିଛି କ୍ଷୟକ୍ଷତି ଘଟିନାହିଁ ।

ଏହା ପୂର୍ବରୁ ଗତକାଲି ଲଦାଖର କାରଗିଲ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩ । ଭୂମିକମ୍ପର କେନ୍ଦ୍ରସ୍ଥଳ କାରଗିଲ ଠାରୁ ୧୯୧ କିଲୋମିଟର ଉତ୍ତରରେ ଥିଲା । ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିବା ବୈଜ୍ଞାନିକ ମାନେ ସୂଚନା ଦେଇଥିଲେ ।

ସେହିପରି ଦିଲ୍ଲୀ ଏନ୍‌ସିଆର୍ ଓ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ ଭୂମି ଦୋହଲିବାକୁ ଲାଗିଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ନେପାଳ ଠାରୁ ୧୦ କିଲୋମିଟର ଗଭୀରତାରେ ଥିଲା ।