ଚୀନ୍‌ରେ ମହାମାରୀ କରୋନା, ଦିନକରେ ୨୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

0
157
ଚୀନ୍‌ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବେଜିଂ, (୨୩/୧୧) : ଚୀନ୍‌ରେ ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ମେଲାଇଲାଣି କାୟା । ଦିନକରେ ଏକାଥରକେ ଚିହ୍ନଟ ହେଲେ ୨୮ ହଜାରରୁ ଅଧିକ ସଂକ୍ରମିତ ।

ଏହାକୁ ନେଇ ଏବେ ପୁଣି ଥରେ ଚୀନ୍‌ରେ ଆତଙ୍କ ଖେଳିଯାଇଛି । ଫଲରେ ଏଠାକୁ ପୁଣି ଥରେ ଲକ୍‌ଡାଉନ୍ ଫେରିଛି । ଚୀନ୍‌ର ରାଜଧାନୀ ବେଜିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଦିନରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି । ସୋମବର ଏଠାରେ ଦୈନିକ ସଂକ୍ରମଣ ୨୮ ହଜାର ୧୨୮ରେ ପହଞ୍ଚିଛି । ସେହିପରି ମଙ୍ଗଳବର ଏହି ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ ଲାଗୁ କରାଯାଇଛି ।

ଗୁନଝାଓ ସହରରେ ଗତ ସୋମବାରରେ ୯ ହଜାର ୮୫ କରୋନା କେସ୍ ବାହାରିଥିବା ବେଳେ ପୁରା ଚୀନରେ ୨୮ ହଜାର ୧୨୮ ମାମଲା ସାମ୍ନାକୁ ଆସିଛି । ଏହାପରେ ଜିରୋ କୋଭିଡ ପଲିସି ଅନୁଯାୟୀ କଡା କଟକଣା ଲାଗୁ କରାଯାଇଛି । ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରାଯିବା ସହ ଘରୁ ବାହାରିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ସାଢ଼େ ତିନି ମିଲିୟନରୁ ଅଧିକ ଜନସଂଖ୍ୟା ଥିବା ବାଇଜୁନ୍ ଜିଲ୍ଲାରେ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଛୁଟି ଘୋଷଣା ହୋଇଛି । ପରିସ୍ଥିତିକୁ ଅଧିକ ବିଗାଡ଼ିଛି ବେଜିଂରେ କରୋନା ମୃତ୍ୟୁ । ବେଜିଂରେ ଚଳିତ ସପ୍ତାହରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ତତ୍ପରତା ବଢ଼ିଛି । ଡିସେମ୍ବର ପରେ ପ୍ରଥମ ଥର ପାଇଁ ବେଜିଂରେ କରୋନା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।