ଜେସିବି ମେସିନ ସହ ୩ ମୋରମ ବୋଝେଇ ଟ୍ରାକ୍ଟର ଜବତ

0
247
ଜେସିବି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା-ସୋନପୁର ରାଜପଥରେ ଗତ କାଲି ପ୍ରଶାସନ ପକ୍ଷରୁ ଏକ ବେଆଇନ ବାଲି ଚାଲାଣ ହାଇୱା ସହ ୩ ମୋରମ ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ।

ଉପ ଜିଲାପାଳ ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିନିକା-ସୋନପୁର ରାଜପଥରେ ଆସୁଥିବା ବେଳେ ଫୁଲମୁଠୀ କଢ଼ିପୋଲ ଓ ନିକଟସ୍ତ ଅଞ୍ଚଳରେ ଏସବୁ ବେଆଇନ ବାଲି ଓ ମୋରମ ଚାଲାଣ ଟ୍ରାକ୍ଟର ଓ ଜେସିବି ଜବତ କରିଥିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବେଆଇନ ବାଲି ଓ ମୋରମ ଚାଲାଣ ହେଉଥିବା ଗାଡ଼ି ଗୁଡିକ ଜବତ କରିବା ପରେ ସେ ସବୁକୁ ବିନିକା ଥାନାକୁ ଆଣି ରଖା ଯାଇଥିଲା । ସେଥି ମଧ୍ୟରୁ ୩ ଟି ମୋରମ ବୋଝେଇ ଟ୍ରାକ୍ଟର ରୁ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଥିବାବେଳେ ହାଇୱା ରୁ ଅଦ୍ୟାବଧି ଜରିମାନା ଆଦାୟ କରାଯାଇପାରିନାହିଁ ।