Friday, March 29, 2024

Top 5 This Week

Related Posts

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୪/୧୧) : ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ ପୁଅଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ ।

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ । ପାରିବାରିକ କଥାକୁ ନେଇ ବାବୁଆଙ୍କ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଗତକାଲି ରାତିରେ ବାବୁଆ ନିଜ ଘରେ ଭୋଜି ଖାଇ ଶୋଇଥିଲା ସମୟରେ ବାବୁଆଙ୍କ ସ୍ତ୍ରୀ, ୩ ପୁଅ ଓ ଝିଅ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ଆହତ ହୋଇଥିଲେ । ତାଙ୍କର ଜଣେ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଗତକାଲି ରାତିରେ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ମୃତ୍ୟୁ ଘଟିଥିଲା । ବାବୁଆଙ୍କ ମା’ ଏ ନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ବାବୁଆଙ୍କ ଗୋଟିଏ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Popular Articles