ନିଜ ଘର ସମ୍ମୁଖରେ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କଲେ କାଶିମ ଚାଚା

0
256

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୧୫/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଶେଖ ମହମ୍ମଦ କାଶିମ ଆଜି ନିଜ ଘର ସମ୍ମୁଖରେ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ଓ ସ୍ବେଚ୍ଛାସେବୀ ନରସିଂହ କାଶୀଙ୍କ ଦ୍ଵାରା ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ସୁନ୍ଦର ରାଓ ବାଗ, ଅବସର ପ୍ରାପ୍ତ ଶିକ୍ଷକ ବାରଣାସୀ ସୂର୍ଯ୍ୟ ପ୍ରକାଶ ରାଓ ଉପସ୍ଥିତ ରହିଥିଲେ । ଆନ୍ଦ୍ରପ୍ରଦେଶରୁ କାଶିମ ଓଡିଶା କୁ ଆସି ବହୁ ବର୍ଷଧରି ରହିଆସୁଥିଲେ । ସେ ଆଜି ନିଜ ଘର ସମ୍ମୁଖରେ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କଲେ | ସେ ରାୟଗଡା ଜିଲ୍ଲା ର ଜେ କେ ପୁର ରେ ରହି ବିବାହ କରିଥିଲେ ।

ପ୍ରାୟ ୨୦ ବର୍ଷ ହେବ କଲ୍ୟାଣସିଂହପୁର ଆସି ବହୁ ଦୁଃଖକଷ୍ଟ ରେ ଚଳି ଆସୁଥିଲେ । ବର୍ତ୍ତମାନ ସେ କିଛି ଅର୍ଥ ଉପାର୍ଜନ କରିବା ପରେ ମାସର ପ୍ରତ୍ୟେକ ଗୁରୁବାର ଦିନ ଗରିବ ଲୋକ ମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି । ସେ କହିଛନ୍ତି ଯେ ମୋର ଜାତୀୟ ପତାକା କୁ ସମ୍ମାନ ଦେବା କର୍ତ୍ତବ୍ୟ । ମୁଁ ଭାରତ ମାଟିରେ ଜନ୍ମଗ୍ରହଣ କରିଛି, ମୁଁ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଥିବୀ ସେତେ ଦିନ ପର୍ଯନ୍ତ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ କରିବି ବୋଲି କାଶିମ କହିଛନ୍ତି । ଅତିଥି ମାନେ ସ୍ୱାଧୀନତା ଦିବସ ବିଷୟରେ ଅଭିଭାଷଣ ଦେବାପରେ କାଶିମ କିପରି ଉର୍ଣ୍ଣତି କରିଛି ସେ ବିଷୟରେ କହିଥିଲେ ।