ଜୀବନରେ ମୃତ୍ୟୁ ଏମିତି ବି ଆସେ ! ହରି ନାମ ସଂକୀର୍ତ୍ତନରେ ଚାଲିଯାଏ ଜୀବନ

0
165
ଜୀବନରେ ମୃତ୍ୟୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୧୨) : ଜୀବନରେ ମୃତ୍ୟୁ ଏମିତି ଯେ ଆସିବ ତାହା କାହାରିକି ଜଣାନଥାଏ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର ଗୋପାଳଜୀ ମନ୍ଦିରର ପୂଜକ କୈଳାଶଚନ୍ଦ୍ର ପଣ୍ଡା ଭଗବାନଙ୍କ ନାମ ସଙ୍କୀର୍ତ୍ତନ କଲା ସମୟରେ ଟଳି ପଡିଛନ୍ତି ।WhatsApp Image 2022 11 24 at 19.19.24 ଜୀବନରେ ମୃତ୍ୟୁ ଏମିତି ବି ଆସେ ! ହରି ନାମ ସଂକୀର୍ତ୍ତନରେ ଚାଲିଯାଏ ଜୀବନ

ଜୀବନରେ ମୃତ୍ୟୁ ଏମିତି ବି ଆସେ ! କଥାରେ ଅଛି ଭକ୍ତ ଭଗବାନଙ୍କୁ ଯେତେବେଳେ ନିଜ ଅନ୍ତରରୁ ଗୁହାରି କରିଥାଏ ସେତେବେଳେ ହିଁ ଭାଗବାନ ଭକ୍ତର ଡାକ ସୁଣିଥାନ୍ତି । ମୃତ୍ୟୁ ଏମିତିବି ଆସେ, ବରଗଡ ଜିଲ୍ଲା ଟୁକୁରା ଗ୍ରାମରେ ଗତ କାଲି ଆମାବାସ୍ୟା ଉପଲକ୍ଷେ ସତସଙ୍ଗ ସହ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଥିଲା । ସେଠାକୁ ସିନ୍ଦୂରପୂର ଗୋପାଳଜୀ ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ଯାଇଥିଲେ ।

ସେଠରେ ନାମ ସଙ୍କୀର୍ତ୍ତନ କରୁଥିବା ସମୟରେ ତାଙ୍କ ଜୀବନ ଚାଲି ଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୧ ବର୍ଷ ହେଉଥିଲା । ତାଙ୍କର ମୃତ୍ୟୁକୁ ନେଇ ଆଜି ସିନ୍ଦୂରପୂର ଗ୍ରାମ କାହିଁକି ଅଞ୍ଚଳରେ ଏକ ଶୋକାକୁଲ ପରିବେଶ ସୃଷ୍ଟି ହୋଇଛି । ଟୁକୁରା ଗ୍ରାମରେ ନାମ ସଙ୍କୀର୍ତ୍ତନ ହରି ନାମ କରୁଥିବା ସମୟରେ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ଟଳି ପଡ଼ିଥିଲେ ।WhatsApp Image 2022 11 24 at 19.19.23 ଜୀବନରେ ମୃତ୍ୟୁ ଏମିତି ବି ଆସେ ! ହରି ନାମ ସଂକୀର୍ତ୍ତନରେ ଚାଲିଯାଏ ଜୀବନ

ପରେ ସ୍ଥାନୀୟ ଲୋକେ ବୁର୍ଲା ଡ଼ାକ୍ତରଖାନାକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମୃତ ଶରୀର ସିନ୍ଦୁରପୁର ଗ୍ରାମକୁ ପହଞ୍ଚିବା ପରେ ଗାଁ’ରେ ଶବ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଇଥିଲା । ପରେ ମହାନଦୀ ଘାଟ ଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସ୍ୱର୍ଗତ ଶ୍ରୀ ପଣ୍ଡା ଙ୍କ ଭାତୃ ପୁତ୍ର ବଳଦେବ ପଣ୍ଡା ମୁଖାଗ୍ନି ଦେଇଥିଲେ ।