Friday, March 29, 2024

Top 5 This Week

Related Posts

ଗନ୍ଧମାର୍ଦ୍ଦନ ପାହାଡ଼ ର କନ୍ଦରାଭଟା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ପାଟଣାଗଡ଼, (୨୪/୧୧) : ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ ର କନ୍ଦରାଭଟା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ପାଞ୍ଚ ଜଣ ଛତିଶଗଡ଼ ରାଜ୍ୟର ମାଓ କ୍ୟାଡ଼ର ଥିବା ବଲାଙ୍ଗୀର ଜିଲ୍ଲା ପୋଲିସ୍ ସୂଚନା ପାଇ ସର୍ଚ୍ଚ ଅପରେସନ କରିଥିଲା । ଗନ୍ଧମାର୍ଦ୍ଦନ ପାହାଡ଼ ର କନ୍ଦରାଭଟା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ତିନି ଜଣ ମାଓବାଦୀ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ମହିଳା ମାଓବାଦୀ ପୋଲିସ୍ ଉପରକୁ ପ୍ରଥମେ ଗୁଳି ଚଳେଇ ଥିଲେ । ପୋଲିସ୍ ଗୁଳି ରେ ଦୁଇ ମହିଳା ମାଓ କ୍ୟାଡ଼ର ମୃତ୍ୟୁ ବରଣ କରିଥିଲେ ।,

ଉକ୍ତ ଦୁଇ ମୃତ ମାଓବାଦୀ ଙ୍କ ଉପରେ ୪ ଲକ୍ଷ୍ୟ ୫୦ ହଜାର ଟଙ୍କା ର ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ମିଳିଛି । ଅନ୍ୟ ତିନି ଜଣ ମାଓବାଦୀ ଫେରାର ହୋଇଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟସ୍ଥ ଜଙ୍ଗଲରେ ଏସଓଜି ଓ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଆଜି ଭୋର ସମୟରେ ମାଓବାଦୀ ମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଲାଇଥିଲେ । ପୁଲିସ ଏହାର ଜବାବ ଦେବାକୁ ଯାଇ ମାଓ କ୍ୟାଡର ଙ୍କ ଉପରକୁ ଗୁଳି ଚଳାଇଥିଲା । ମୃତକଙ୍କ ନିକଟରୁ ୨ଟି ଇନସାସ ରାଇଫଲ ଜବତ ହୋଇଥିବା ଜଣାପଡ଼ିଛି ।

Popular Articles