ସିପିଆଇ ଏମ୍ ଏଲ ଲିବରେସନ ପକ୍ଷରୁ କେରାଣ୍ଡିଗୁଡ଼ାରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

0
115
ସିପିଆଇ ଏମ୍ ଏଲ ଲିବରେସନ

ରିପୋର୍ଟ : ନରତ୍ତମ ପାଢ଼ୀ
ରାମନାଗୁଡା, (୨୫/୧୧) : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର କେରାଣ୍ଡି ଗୁଡା ଠାରେ ସିପିଆଇ ଏମ୍ ଏଲ ଲିବରେସନ ପକ୍ଷରୁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।WhatsApp Image 2022 11 25 at 18.39.11 1 ସିପିଆଇ ଏମ୍ ଏଲ ଲିବରେସନ ପକ୍ଷରୁ କେରାଣ୍ଡିଗୁଡ଼ାରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ଦେଶରେ ଗ୍ରାମୀଣ ଯେତ ମଜଦୁର ମାନଙ୍କର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ରହୁଥିବା କ୍ଷେତ ମଜଦୁର ମାନଙ୍କର ରହିବାକୁ ସ୍ଥାୟୀ ବ୍ୟବସ୍ଥା ନାହିଁ । ରୋଜଗାର ର ଅଭାବ କମ ମଜୁରୀ, ଦରଦାମ ବୃଦ୍ଧି ଭିତରେ କ୍ଷେତ ମୁଲିଆ ଆଜି ଜର୍ଜରିତ । ପ୍ରତେକ ଗରିବ ଯେତ ମୁଲିଆ ମାନଙ୍କର ସାମାଜିକ ସୁରକ୍ଷା ଆଜି ବିପନ୍ନ । ସରକାର ସମସ୍ତଙ୍କ ଲାଗି ସାମାଜିକ ସୁରକ୍ଷା ନାମର ମାତ୍ର ୫୦୦ ଟଙ୍କା ଧରାଇ ଦେଇବା ବା ନେବାରେ ବ୍ୟସ୍ତ, ଚଳିତ ବର୍ଷ ଡିସେମ୍ବର ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ, ସେହିପରି ସିପିଆଇ ଏମ୍ ଏଲ ଲିବରେସନ ତରଫରୁ ସର୍ବ ଭାରତୀୟ ସମ୍ମିଳନୀ ବିହାର ର ରାଜଧାନୀ ପାଟନା ଠାରେ ୨୦୨୩ ମସିହା ଫେବୃଆରୀ ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସମ୍ମିଳନୀଅନୁଷ୍ଠିତ ହେବ ।

ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଗୋଗୁପାଡୁ ପଞ୍ଚାୟତ ର ଅସଲଗାଣ୍ଡା, ଆଚପାଗୁଡା, ଆଡାମଗୁଡା, ଅଡ଼ାବାଇ, ପାଲିକିଡାଗଂ, କିଡିଡାଗଂ, ଆମ୍ଭ ଗୁଡା, କେରାଣ୍ଡି ଗୁଡା, ଆର୍ଶପାଇଗୁଡା, ସିକିଲା ଉକ୍ତ ଗ୍ରାମ ରୁ ଏକ ହଜାର ରୁ ଉର୍ଦ୍ଧ୍ୱ ରେସନ କାର୍ଡ ଧାରୀ ଲୋକ ମାନଙ୍କୁ ପାଲିକିଡାଗଂ ଗାଁ’ରେ ପଞ୍ଚାୟତ ର ଚାଉଳ ଚିନି – ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେବା ସହ ସମସ୍ତ ରେସନ୍ କାର୍ଡ ଓ ରେସନ୍ କାର୍ଡ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇଦେବା, କେନ୍ଦ୍ର ସରକାର ଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରିବା, ସମସ୍ତ କ୍ଷେତ ମଜଦୁର ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା, ରାମନାଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର ଆଡାମଗୁଡା, ଆଚବା, ଗୋଟା, କେରାଣ୍ଡି ଗୁଡା ଗାଁ ରେ ଭୋଗଦଖରେ ରହିଥିବା ଜମି କୁ ଆନ୍ଧ୍ର ପ୍ରଦେଶର ଜମିଦାର ମାନେ ବେନାମୀ ଦଲିଲ୍ ରଧ୍ୟ କରିବା ସହ ପିରିଗୁଡା ମୌଜା ର ଲାଉଗୁଡା ନିକଟ ରେ ଓଡ଼ିଶା ବୋଡର ରହିଥିବା ପ୍ରାୟ ୫୦ ଏକର ଜମି ଉପରେ ଆନ୍ଧ୍ର ପ୍ରଦେଶ ଦଖଲ କରିବା ଜମି ଲାଉଗୁଡା ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା ।

ସମସ୍ତ ଗରିବ ମାନଙ୍କୁ ଜବ କାର୍ଡ ଯୋଗାଇ ଦେବା ଓ ବର୍ଷ କୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ଯୋଗାଇ ଦେବା, ପ୍ରତ୍ୟେକ ବାର୍ଦ୍ଧକ୍ୟ- ବିକଳାଙ୍ଗ ଗରିବ ଲୋକ ମାନଙ୍କୁ ମାସକୁ ତିନି ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ ପ୍ରଦାନ କରିବା, ସମସ୍ତ ଗରିବ ଲୋକ ମାନଙ୍କୁ ୨୦୦ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇବା, ସମସ୍ତ ଗରିବ ଲୋକ ମାନଙ୍କୁ ଜଙ୍ଗଲ ଜମି ଘର ଡିହ ପଟା ଯୋଗାଇ ଦେବା, ରାମନାଗୁଡ଼ା ବ୍ଲକ ରେ କାଟିକି – ଲାଉଗୁଡା, କୋପିରିଗୁଡା, ସୁଲୁଡି ପାକା ରେ ରହିଥିବ ସିଂଲି ଜମି ଗୁଡ଼ିକୁ ଆନ୍ଧ୍ରପ୍ରଦେଶ ର ଜମିଦାର ମାନେ ବେନାମୀ ଭାବେ ନେଇଛନ୍ତି ଏହାକୁ ବାହାର କରି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା ।

ଗରଣ୍ଡା ସର୍କଲ ରେ ପାଲିକିଡାଗଂ, କେରାଣ୍ଡି ଗୁଡା, ସିକିଲା, ଅଡ଼ାବାଇ, ଆଚବା, ପିରିବା ପିତିଲାମ୍ଭିଗିଂ, , ବୁତିଗଂ, ପୋଡସିଂ, ଆଜାରଡାଗଂ, ପାଡିଡି ସୁବାଇ, ଅରମଡା, ପାତ୍ରପୁଟ, ହାଡୁ ଗୁଡା, ପଣ୍ଡାରଝୋଲି, ଟୁବେଗଂ, ୧୬ ଟି ମୈଜା ରେ ଆଦିବାସୀ ମାନଙ୍କ ଭୋଗ ଦଖଲ ରେ ରହିଥିବା ଜମି ଓ ଆଦିବାସୀ ମାନଙ୍କ ପଟା ଜମି ଗୁଡ଼ିକ ଆନ୍ଧ୍ର ପ୍ରଦେଶ ର ଜମିଦାରମାନେ ବେନାମୀ ଭାବେ ରାଜସ୍ୱ ନିରୀକ୍ଷକଙ୍କୁ ଧରି ଜମି ଲୁଟ କରିଛନ୍ତି ଏହାକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ ବ୍ୟବସ୍ଥା କରିବା ନିମନ୍ତେ ସିପିଆଇ ଏମ୍ ଏଲ ଲିବରେସନ ପକ୍ଷରୁ ଦାବି କରାଯାଇଛି ,ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପତି ଗମାଙ୍ଗ, ଦାସୁରୁ ବିଡିକା, ସାନିଆ ଶବର, ଚାଣ୍ଟି ନିମାଲା, ସୁକୁ ମଣ୍ଡାଙ୍ଗି, ଶରତ ଶବର,ବୁଡା ବିଡିକା ପ୍ରମୁଖ ଯୋଗ ଦେଇଥିଲେ ।