ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା; ଶିକ୍ଷୟିତ୍ରୀ ଓ କିରାଣି ମୃତ

0
102
ବାଇକ୍-ସ୍କୁଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲିଗୁଡ଼ା, (୨୬/୧୧) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ମୃତକ ମାନେ ହେଲେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ (୩୪) ବର୍ଷ ଓ ସେହି ସ୍କୁଲର କିରାଣି ବିମଳା ପ୍ରଧାନ (୪୭) ବର୍ଷ। ଆହତ ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ପ୍ରଦିପ୍ତା ଓ ବିମଳା ଏକ ସ୍କୁଟିରେ ସ୍କୁଲ ଯାଉଥିଲେ । ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ଏକ ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା ।

ପ୍ରଦିପ୍ତା ଓ ବିମଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବାଇକ୍ ଆରୋହୀଙ୍କୁ ଉଦ୍ଧାର କାରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ସ୍କୁଟି ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି । ପ୍ରଦିପ୍ତା ଓ ବିମାଳଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି ।