୧୭ ମହଲା ଉପରୁ ଖସି ଛାତ୍ରଙ୍କ ମୃତ୍ୟୁ

0
105
୧୭ ମହଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୧୧) : ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପଢ଼ୁଥିବା ଜଣେ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ମୃତ ଛାତ୍ର ଜଣଙ୍କ ହେଲେ ରାମପ୍ରସାଦ ବିଶ୍ୱାଳ । ତାଙ୍କ ଘର ଗଜପତି ଜିଲ୍ଲାର ପାରଳା ଖେମୁଣ୍ଡିରେ । ତାଙ୍କୁ ୧୯ ବର୍ଷ ହୋଇଥିଲା । ଭୁବନେଶ୍ୱର World Skill ସେଣ୍ଟରରେ ଇଲେକ୍ଟ୍ରିକାଲ ଓ୍ୱିଙ୍ଗରେ ପ୍ରଶିକ୍ଷଣ ନେଉଥିଲେ ରାମ ପ୍ରସାଦ । ଗତକାଲି ସେ ଓ୍ୱାଲ୍ଡ ସ୍କିଲ ସେଣ୍ଟରର ୧୭ ମହଲା ର ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରାମପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ କୋଠାରୁ ତଳକୁ ଠେଲି ହତ୍ୟା କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା । ଲାଗିଥିବା ସିସିଟିଭି ଭିଜୁଆଲ ଦେଖି ପୁଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସେଣ୍ଟର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ସେଠାରେ ଲାଗିଥିବା ସିସିଟିଭି କାମ କରୁନଥିବା କଥା ସେଣ୍ଟର କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ କହିଛନ୍ତି । ରାମ ପ୍ରସାଦ ଗତ ଅଗଷ୍ଟ ୨୫ ତାରିଖରେ ଓ୍ୱାଲ୍ଡ ସ୍କିଲ ସେଣ୍ଟରରେ ନାମ ଲେଖାଇ ଥିଲେ । ରାମପ୍ରସାଦଙ୍କ ମୃତ୍ୟୁ ସମ୍ପର୍କରେ World Skill Center ର କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।