ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, ୩ ମୃତ

0
103
ସ୍କୁଲ ଭିତରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୧୧) : ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ । ଟଳିପଡିଲେ ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଛାତ୍ର । ଏଥିସହ ୧୧ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତର ୧୧ ଜଣଙ୍କ ମଧ୍ୟରେ ୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି ।

ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, ୩ ମୃତ । ଏଥି ସହ ୨ ଛାତ୍ର ମଧ୍ୟ ଅଛନ୍ତି । ବ୍ରାଜିଲର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଏକ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ରିପୋର୍ଟ ମୁତାବକ, ଶୁକ୍ରବାର ବ୍ରାଜିଲର ଆରାକ୍ରୁଜ ସହରରେ ଥିବା ଏସ୍କିରିଟୋ ସେଣ୍ଟର ଦୁଇଟି ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ସ୍କୁଲ ଭିତରେ ବନ୍ଧୁକ ଧରି ପଶିବା ସହ ଆଖି ଗୁଳିମାଡ କରିଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁଟର୍ ଜଣକ ସେମି ଅଟୋମେଟିକ ପିସ୍ତଳରେ ଆକ୍ରମଣ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।

ସିସିଟିଭି ଫୁଟେଜ ଅନୁସାରେ ଆକ୍ରମଣକାରୀ ଜଣକ ମୁହଁ ଢାଙ୍କି ସ୍କୁଲ ଭିତରକୁ ପ୍ରବେଶ କରିଥିଲା । ହାତରେ ଥିଲା ସେମି ଅଟୋମେଟିକ୍ ବନ୍ଧୁକ। କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳିମାଡ କରିଥିଲା । ସେପଟେ ଏହି ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଗିରଫ କରିଛି । ଏ ନେଇ ସ୍କୁଲର ଅଧିକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆକ୍ରମଣକାରୀର ବୟସ ପାଖାପଖି ୧୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।