ଜାତୀୟ ସମ୍ବିଧାନ ଦିବସ ପାଳନ ସହ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

0
135
ଜାତୀୟ ସମ୍ବିଧାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୧୧) : ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ, ଗୁଣପୁରଙ୍କ ତରଫରୁ ଜାତୀୟ ସମ୍ବିଧାନ ଦିବସ ପାଳନ କରାଯାଇ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ଦେବାନି ଜଜ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଜେ ଏମ ଏଫ ସି ଶ୍ରୀ ଦେବେନ ସତ୍ୟ ଦର୍ଶୀ ନନ୍ଦ, ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ଦେହୁରୀ, ଗୁଣପୁର ବାର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ରହି ସମ୍ବିଧାନ ପ୍ରଣୟନ ଓ କର୍ତ୍ତବ୍ୟ ବିଷୟ ରେ ଆଲୋକପାତ କରିଥିଲେ । ଗୁଣପୁର ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ସମ୍ବିଧାନ ଓ ମୌଳିକ ଅଧିକାର ପରସ୍ପର ପରିପୁରକ ବିଷୟରେ ଆଧାରିତ ବକ୍ତୃତା ପ୍ରଦାନ କରି ଛାତ୍ରଛାତ୍ରୀ ମାନେ ପ୍ରଶଂସିତ ହୋଇଥିଲେ । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷକଧିକାରୀ, ସି ଆର ସି, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।