ଜିଲ୍ଲା ପ୍ରଶାସନ ଓ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

0
164
ଜିଲ୍ଲା ପ୍ରଶାସନ ଓ ମହିଳା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୬/୧୧) : ଶନିବାର ଦିନ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ମହିଳା ମହାବିଦ୍ୟାଳୟର ମିଳିତ ଭାବରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସେମିନାର କକ୍ଷରେ ସମ୍ବିଧାନ ଦିବସ ପାଲିତ ହୋଇଯାଇଅଛି ।

ଜିଲ୍ଲା ପ୍ରଶାସନ ଓ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭାରତୀୟ ସମ୍ବିଧାନ ଦିବସର ଉଦ୍ଦେଶ୍ୟରେ ଓ ଉପସ୍ଥିତ ସଭିଙ୍କୁ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧଟିକୁ ପାଠ କରାଇବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ କରାଇଥିଲେ । ଗଣତନ୍ତ୍ରରେ ନାଗରିକଙ୍କ ଭୋଟଦାନ ଅଧିକାର ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଡ଼ଃ ବି ଆର ଆମ୍ବେଦକର ଅବଦାନ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ମହିଳା ମହାବିଦ୍ୟାଳୟର ସଭାପତି ତଥା ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ଗଠନର ଆବଶ୍ୟକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ସେହି ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକ, ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗଦାନ କରି ପୃଥିବୀର ବୃହତ ସମ୍ବିଧାନ ବୈଶ୍ୟଷ୍ଟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଏନ ଏସ ଏସ ଶିକ୍ଷକ କରୁଣା କେର୍କେଟା ମଞ୍ଚସିନ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁରାଜ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତାଜନ, କେ କୁମୁନ୍ଦନ, ଆଇନଜୀବି ଅରୁଣ ପାଣିଗ୍ରାହୀ, ଅଧ୍ୟାପକ ରଘୁନାଥ ଭୁଏ, ରିଜଳିନୀ ରାଉତ, ଶାନ୍ତିଲତା ମିଶ୍ର, ଷୌମ୍ୟରଂଜନ ସାହୁ, ମିଶ ମିତା ନାଏକ, ମିଶ ଗୁଟେଶ୍ୱରୀ ନାଏକ, ମିଶ ଶ୍ରଦ୍ଧାଞ୍ଜଳି ଦାସ, ଶ୍ରୀ ସୁହାସିସ ଚୌହାନ, ବଳରାମ ତୁଳ ଏବଂ ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶାନ୍ତିଲତା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ରଘୁନାଥ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।