Friday, March 29, 2024

Top 5 This Week

Related Posts

ମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ଦାବି ଉପସ୍ଥାପନ କଲେ ରାୟଗଡା ବିକଳାଙ୍ଗ ମଞ୍ଚ ଓ ଭିନ୍ନକ୍ଷମ ମହାସଂଘ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,  (୨୭/୧୧) : ରାୟଗଡା ଜିଲ୍ଲା ରେ ଆସନ୍ତା ବିଶ୍ଵ ଦିବ୍ୟାଙ୍ଗ ଦିବସ ପରିପ୍ରେକ୍ଷୀରେ ରାୟଗଡା ବିକଳାଙ୍ଗ ମଞ୍ଚ ଓ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ରାକେଶ ହିମିରିକା ଓ ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ ଏବଂ ରାଜ୍ୟସ୍ତରୀୟ ପ୍ରତିନିଧିଗଣ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କର ଦାବି ଗୁଡିକ ଉପସ୍ଥାପନ କରିବାକୁ ଯାଇଥିଲେ ।

ଅଧିକାଂଶ ଦାବି ଗୁଡିକ ବହୁଦିନ ହେଲା ପୂରଣ ନହେଉଥିବାରୁ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଦାବି ଗୁଡିକ ଯଦି ପୂରଣ କରିବାର ପ୍ରତିଶ୍ରୁତି ନମିଳେ, ତେବେ ଆସନ୍ତା ଡିସେମ୍ବର ୩ ତାରିଖ ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ ରାଜଧାନୀର ରାଜରାସ୍ତାରେ ଓ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ । ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗଗୁଡିକ ଶୁଣିବା ପାଇଁ ସରକାରୀ ଅଧିକାରୀମାନେ ଶ୍ରୀ ରାକେଶ ହିମିରିକା ଓ ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ ଏବଂ ରାଜ୍ୟସ୍ତରୀୟ ପ୍ରତିନିଧିଗଣଙ୍କୁ ଲୋକ ସେବା ଭବନକୁ ଆସିବାକୁ ଅନୁରୋଧ କରିଥିଲେ ।

ସେମାନଙ୍କର ଏକ ପ୍ରତିନିଧି ଦଳ ଲୋକ ସେବା ଭାବନ ଯାଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ସଚିବ ସୁଶ୍ରୀ ମଧୁସ୍ମିତା ନାୟକ, ଡେସ୍କ ଅଫିସର ଶ୍ରୀ ଅସିତ କୁମାର ପାଣି, ଥଇଥାନ ଅଧିକାରୀ ଡଃ ସୁବ୍ରତ ଦାସ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଭେଟି ଦାବିଗୁଡିକ ଉପରେ ସବିଶେଷ ଆଲୋଚନା କରିଥିଲେ । ପଦ୍ମପୁର ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ଦିବ୍ୟାଙ୍ଗ ସଂଘର ଦାବିଗୁଡିକ ଯଥାଯଥ ଭାବେ ପୂରଣ କରାଯିବ ବୋଲି ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଭିନ୍ନକ୍ଷମ ମାନଙ୍କର ଜୀବନ ଜୀବିକାକୁ ନଜରରେ ରଖି ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ସରକାରଙ୍କ ମାସିକ ସର୍ବନିମ୍ନ ମଜୁରୀ ହିସାବରେ ଭିନ୍ନକ୍ଷମ ଭତ୍ତା ବର୍ଦ୍ଧିତ କରିବା, ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ଏକକ ପରିବାରର ମାନ୍ୟତା ପ୍ରଦାନ କରି ତାଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ତୁରନ୍ତ ସାମିଲ କରିବା, ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ଏକକ ପରିବାର ମାନ୍ୟତା ପ୍ରଦାନ କରି ସରକାରଙ୍କର ସମସ୍ତ ଆବାସ ଯୋଜନାରେ ଭିନ୍ନକ୍ଷମଙ୍କୁ ଗୃହ ଯୋଗାଇ ଦିଆଯିବା, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଥିବା ବସୁନ୍ଧରା ଯୋଜନା ଓ ସରକାରଙ୍କ ପତ୍ରାଙ୍କ ୦୦୧୫/୨୦୧୮/୨୮୬୫୮ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରେ ଏହା ନିର୍ମାଣ କରାଇବା, ଭୂମିହୀନ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜାଗା ଯୋଗାଇ ଦେବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ସ୍କଲାର ଭିନ୍ନକ୍ଷମ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ସୁଗମ ଗମନାଗମନ ସହିତ ଉନ୍ନତ ମାନର ଶିକ୍ଷା ପାଇଁ ସ୍ଵତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି କରିବା ।

୧୯୯୬ ଠାରୁ ୩ ପ୍ରତିଶତ ଓ ୨୦୧୬ ରୁ ୪ ପ୍ରତିଶତ ପୂରଣ ହୋଇନଥିବା ପଦବୀଗୁଡ଼ିକୁ ଗଣନା କରାଯାଇ ଚୁକ୍ତି ଓ ପଦବୀ ତୁରନ୍ତ ପୂରଣ କରିବା, କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିୟମାବଳୀକୁ କାର୍ଯ୍ୟକାରୀ କରିବା ସହିତ ଉକ୍ତ ନିୟାମବଳୀ ଅନୁଯାୟୀ ଚାକିରି କ୍ଷେତ୍ରରେ ଭିନ୍ନକ୍ଷମ ମାନଙ୍କର ପଦୋନ୍ନତି କରିବା,fb9b5ed2 0380 4784 9baa 7cfd1751bbb1 ମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ଦାବି ଉପସ୍ଥାପନ କଲେ ରାୟଗଡା ବିକଳାଙ୍ଗ ମଞ୍ଚ ଓ ଭିନ୍ନକ୍ଷମ ମହାସଂଘ ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ଭିନ୍ନକ୍ଷମମାନଙ୍କ ପାଇଁ ୪ ପ୍ରତିଶତ ସ୍ଥାନ ସଂରକ୍ଷିତ କରି ତୁରନ୍ତ ଯୋଗାଇ ଦେବା, ପଞ୍ଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ମାର୍କେଟିଙ୍ଗ କମ୍ପ୍ଲେକ୍ସ ଗୁଡ଼ିକରେ ଭିନ୍ନକ୍ଷମମାନଙ୍କୁ ବ୍ୟବସାୟ କରିବା ପାଇଁ ଦୋକାନ ଗୃହ ଯୋଗାଇ ଦେବା, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକକ ପରିବାରର ମାନ୍ୟତା ଦେଇ ସରକାରଙ୍କ ଦ୍ଵାରା ପ୍ରୟୋଜିତ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ୱତନ୍ତ୍ର ବିଜୁସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେବା, ଜଣେ ଭିନ୍ନକ୍ଷମ ଆଉ ଜଣେ ଭିନ୍ନକ୍ଷମଙ୍କୁ ବିବାହ କଲେ ସରକାରଙ୍କର ଥିବା ବିବାହ ପ୍ରୋତ୍ସାହନ ରାଶି ଯୋଜନାରେ ଅନ୍ତର୍ଭୂକ୍ତ କରି ଉକ୍ତ ଦମ୍ପତିଙ୍କୁ ୨, ୫୦,୦୦୦ /- ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଦୀର୍ଘ ଦିନ ଧରି ଖାଲିପଡିଥିବା ଭିନ୍ନକ୍ଷମଯୁକ୍ତ ପଦବୀ ତୁରନ୍ତ ପୂରଣ କରିବା, ଇତ୍ୟାଦି ବାରଗୋଟି ଦାବି ଉପରେ ଲୋକ ସେବା ଭବନରେ ବିସ୍ତ୍ରୁତ ଆଲୋଚନା କରିଥିଲେ ରାୟଗଡା ବିକଳାଙ୍ଗ ମଞ୍ଚ ଓ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ରାକେଶ ହିମିରିକା ଓ ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ ଏବଂ ରାଜ୍ୟସ୍ତରୀୟ ପ୍ରତିନିଧିଗଣ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles