ଚୋରୀ ହୋଇଥିବା ୨ ବୋଲେରୋ ଜବତ : ୩ ଅଭିଯୁକ୍ତ ଗିରଫ

0
144
ଚୋରୀ ହୋଇଥିବା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୨୭/୧୧) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଓ ଉଲୁଣ୍ଡା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରି ହୋଇଥିବା ୨ ଗୋଟି ବୋଲେରୋ ପିକଅଫ ଭେନ ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ ।069fe088 7510 4a88 a534 4bc3ad416993 ଚୋରୀ ହୋଇଥିବା ୨ ବୋଲେରୋ ଜବତ : ୩ ଅଭିଯୁକ୍ତ ଗିରଫ

ଚୋରୀ ହୋଇଥିବା ୨ ବୋଲେରୋ ଜବତ ସହ ୩ ଅଭିଯୁକ୍ତ ଗିରଫ । କୋର୍ଟ ଚାଲାଣ କରିବାରେ ତରଭା ପୁଲିସ କୁ ଏକ ସଫଳତା ମିଳିଛି । ଏ ସମ୍ବନ୍ଧରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ତରଭା ଥାନା ପରିସରରେ ହୋଇଥିବା ଖବରଦାତା ସମ୍ମିଳନୀ ରେ ସୋନପୁର  ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ ସୁଚନା ଦେଇଛନ୍ତି । ଗତ ୧୫ ତାରିଖ ନଭେମ୍ବର ମାସ ମଧ୍ୟ ରାତ୍ରରେ ଉଲୁଣ୍ଡା ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଅଞ୍ଚଳରୁ ଏକ ବୋଲେରୋ ପିକ ଅଫ ଭେନ ଗାଡ଼ି ନ.ଓଡି ୨୨ ଏଫ ୩୭୮୭ ଓ ଗତ ୨୦ ସେପ୍ଟେମ୍ବର ମଧ୍ୟ ରାତ୍ରୀରେ ତରଭା ଥାନା ଅଧିନସ୍ଥ ବଲାଡି ଗ୍ରାମରୁ ଜୟନାରାୟଣ ସାହୁ ଙ୍କ ବୋଲେରୋ ପିକ ଅଫ ଭେନ ଗାଡ଼ି ନ. ଓଡି ୧୫ ଆର ୮୩୭୮ ଚୋରି ହୋଇଥିବା ନେଇ ୨୦ ସେପ୍ଟେମ୍ବର ଦିନ ତରଭା ଥାନା ରେ  ଲିଖିତ ଅଭିଯୋଗ କରିଥିଲେ  । ଏହାକୁ ଭିତ୍ତି କରି ତରଭା ଥାନା ପକ୍ଷରୁ ଯୋରଦାର ତଦନ୍ତ ଜାରି ରହିଥିଲା ।  ଡିଜିଟାଲ ଟ୍ରାକିଙ୍ଗ ମାଧ୍ୟମରେ ତଦନ୍ତ ଜାରୀ ରଖି ଥିଲେ ! ତରଭା ପୁଲିସ କୌଣସି ସୁତ୍ରରୁ ଖବରପାଇ ଆଇ ଆଇ ସି ସୁବ୍ରତ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ବରେ ଏକ ପୁଲିସ ଦଳ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ଥାନା ଅଧିନସ୍ଥ କୁକୁରଖାଇ ଓ କୁଣ୍ଡେଇମାଲ ଧାନ ଖଳାରୁ ଉଭୟ ଗାଡ଼ି କୁ ଜବତ କରିଥିଲେ ।

ପୁଲିସ ଦଳ ଅତର୍କିତ ଚଢ଼ାଉ କରି ବଉଦ ଜିଲ୍ଲା ବିରାମଚନ୍ଦ୍ର ପୁର ଗ୍ରାମର ଟୁନା ଓରଫ ପ୍ରତାପ କୁମାର ସେଠୀ (୩୫) ଯେ କି ସମସ୍ତ ଘଟଣାର ମୁଖ୍ୟ କିଙ୍ଗ ପିନ ଙ୍କୁ ଗିରଫ କରିବା ରେସଫଳ ହୋଇଥିଲେ ! ପରେ  ନେପାଳ ଓରଫ ମିତ୍ର ପୋଢ (୩୪) ଓ ବେଡା ଓରଫ ସରୋଜ ପୋଡ଼ (୩୨) କୁ   କୁନ୍ଦେଇ ମାଳ ଗ୍ରାମ  ରୁ ଗିରଫ କରିବାରେ ସଫଳ ହୋଇଥିଲେ । ତିନି ଜଣ ଅଭିଯୁକ୍ତ ଙ୍କ ସହ ଚୋରି କାର୍ଯ୍ୟ ରେ ବ୍ୟବହୃତ ହୋଇଥିବା ପ୍ରତାପର ରେନଲ୍ଡ ଡଷ୍ଟର ଗାଡ଼ି ନ. ଓଡି-୦୩ ଵି ,୭୫୭୬ କୁ ମଧ୍ୟ ଜବତ କରି ଥାନାକୁ ଅଣା ଯାଇଥିଲା । ଏହି ତିନି ଜଣ ଅଭିଯୁକ୍ତ ଅନ୍ୟ କୌଣସି ଅପରାଧ ରେ ଜଡିତ ଅଛନ୍ତି ନା ନାହିଁ ତାହାର ତଦନ୍ତ ଚାଲିଛି । ଏମାନଙ୍କ ସହ ଆଉ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବା ପାଇଁ ଦୃଢ ପଦକ୍ଷେପ ନିଆ ଯାଉଛି, ଅନୁମତି ମିଳିଲେ ଆବଶ୍ୟକ ରେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡ ରେ ଅଣାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ  ନିଙ୍ଗୀ ପ୍ରକାଶ କରିଛନ୍ତି ।

ଏ ମାନଙ୍କ ବିରୁଦ୍ଧରେ ପୁଲିସ ତରଭା ଥାନା କେସ ନ.୨୧୫/୨୨ ଦଫା ୩୭୯ ଆଇ ପିସି ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ଏସ ଆଇ ଯଜାତି କେଶରୀ ସାହୁ, ଏଏସଆଇ ନିମାଇଁ ଚରଣ ବାରିକ, କନେଷ୍ଟବଲ ଯୁବରାଜ ଦୋରା, ଓଏପିଏଫ ବିମଲ ପ୍ରଧାନ, ହୋମଗାର୍ଡ ବିଜୟ ସାହୁ, ଅମର ନାଏକ ଓ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।   କିଛି ଦିନ ତଳେ  ସରଗଜ ଠାରେ ଥିବା ଏସ ବି ଆଇ ଏଟିଏମ ଚୋରି ଉଦ୍ୟମ ର ଦଦନ୍ତ କେତେ ଦୂର ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ରେ ଅତି ଶୀଘ୍ର  ତାହାର ପର୍ଦାଫାଶ କରାଯିବ ବୋଲି ସୂଚନା ଦେଇଥିଲେ  ।