ଗୁଣୁପୁର ବ୍ଲକ କତୁରୁ ଗ୍ରାମର ସଫଳ ଫୁଲ ଚାଷୀ ଶିବ କୁମାର

0
190
ଗୁଣୁପୁର ବ୍ଲକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣୁପୁର : ୨୯/୧୧/୨୨): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କତୁରୁ ଗ୍ରାମର ଚାଷୀ ଶିବ କୁମାର ଫୁଲ ଚାଷ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଗୁଣୁପୁର ଅଂଚଳରେ ଫୁଲ ବିକ୍ରି କରିବା ସହ ଅନ୍ଧ୍ରରେ ମଧ୍ୟ ଫୁଲ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।7ba365b6 ff63 429a 8566 b68340f0b461 ଗୁଣୁପୁର ବ୍ଲକ କତୁରୁ ଗ୍ରାମର ସଫଳ ଫୁଲ ଚାଷୀ ଶିବ କୁମାର

ପୂର୍ବରୁ ପନିପରିବା ଓ ଧାନ ଚାଷ କରି କ୍ଷତି ସହୁଥିବା ବେଳେ ବର୍ତମାନ ଫୁଲ ଚାଷ ତାଙ୍କ ଆର୍ଥିକ ମାନଦଣ୍ଡ ବଦଳାଇ ଦେଇଛି । ସମ୍ପୂର୍ଣ ଜୈବିକ ପଦ୍ଧତିରେ ଫୁଲଚାଷ କରୁଥିବାରୁ ଦିନକୁ ଦିନ ଫୁଲର ଚାହିଦା ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଗୁଣୁପୁର ଅଂଚଳରେ ଫୁଲଚାଷ ହେଉନଥିବାରୁ ଲୋକେ ଫୁଲ ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିଲେ । ବର୍ତମାନ ଆମ ଅଂଚଳରେ ଫୁଲଚାଷ ହେବ ଦ୍ୱାରା ଗୁଣୁପୁର ବଜାରରେ ଆଉ ଆନ୍ଧ୍ର ଫୁଲ ଦେଖିବାକୁ ମିଳୁନି । ଶିବ କୁମାରଙ୍କ କହିବା ମୁତାବକ ପ୍ରତ୍ୟେକ ଚାଷୀ ପନିପରିବା ସହ କିଛି କିଛି ଫୁଲଚାଷ କରିବା ଆବଶ୍ୟକ । ଉଦ୍ୟାନ ବିଭାଗର ସହାୟତା ଓ ଜ୍ଞାନ କୌଶଳ ଶିବ କୁମାରଙ୍କୁ ଫୁଲ ଚାଷ କରିବାରେ ସାହାଯ୍ୟ କରିଥିବା ସେ କହିଛନ୍ତି ।092467f4 eb7c 430b bd58 368e21069d80 ଗୁଣୁପୁର ବ୍ଲକ କତୁରୁ ଗ୍ରାମର ସଫଳ ଫୁଲ ଚାଷୀ ଶିବ କୁମାର

ଆଗାମୀ ଦିନରେ ଗେଣ୍ଡୁ ଓ ସେବତୀ ଫୁଲ ଛଡା ଗୋଲାପ ଫୁଲ ଚାଷ କରିବାକୁ ସ୍ଥିର କରିଛନ୍ତି । ଫୁଲ ଚାଷ କରି ଏକର ପିଛା ୮୦ ରୁ ୯୦ ହଜାର ଟଙ୍କା ଲାଭ ପାଉଥିବା ଶିବ କହିଛନ୍ତି । ତେଣୁ ଚାଷୀ ଭାଇ ଭଉଣୀ ମାନଙ୍କୁ ପନିପରିବା ଚାଷ ସହିତ ଫୁଲଚାଷ କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଫଳରେ ଆମକୁ ଫୁଲ ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡିବନି । ଫୁଲଚାଷ କରି ସଫଳତା ହାସଲ କରି ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଥିବା ଚାଷୀ ଶିବ କୁମାର , ଆଗାମୀ ଦିନରେ ଗୁଣୁପୁର ଅଂଚକରେ ଗୋଷ୍ଠୀ ମାଧ୍ୟମରେ ଫୁଲ ଚାଷ କରି ଓଡ଼ିଶାର ବିଭିନ୍ନ ସହରରେ ଫୁଲ ବ୍ୟବସାୟ ଲରିବା ଲକ୍ଷ ରଖିଛନ୍ତି ।